Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଳାହାଣ୍ଡି,୨୭/୧୨-କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରସ୍ଥିତ ବ୍ଲକ ସମ୍ମିଳନୀ ଗ୍ରୁହଠାରେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କ ଆବାହକତ୍ବରେ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବର ଦ୍ବିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଳାହାଣ୍ଡି ଉତ୍ସବ ପରିଚାଳନା ପାଇଁ ମୁଖ୍ୟ କମିଟି ସହିତ ଉପକମିଟିମାନ ଗଠନ କରାଯାଇଥିଲା। ଏଥିରେ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଂଜୀବ କୁମାର ନାୟକ, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେ଼ଇ, ତହସିଲଦାର କିରଣ କୁମାର ମହାନ୍ତି, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସରୋଜ କୁମାର ପ୍ରଧାନ, ସମାଜ ମଙ୍ଗଳ ସଂପ୍ରସାରଣ ଅଧିକାରୀ ପଙ୍କଜ ବଳିୟାର ସିଂହ, ସମନ୍ଵିତ ଶିଶୁ ବିକାଶ ଅଧିକାରୀ ବିଜୟଶ୍ରୀ ସିଂହ, ବିଶ୍ଵନାଥପୁର ବନାଂଚଳ ଅଧିକାରୀ ନରୋତ୍ତମ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ଉକ୍ତ ବୈଠକରେ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଓ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଶେଷରେ ବିଡିଓ ଶଶାଙ୍କ ପାତ୍ର ଉପସ୍ଥିତ ସମସ୍ତଙ୍କୁ ଆସନ୍ତା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବକୁ ସରସ ସୁନ୍ଦର କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।