Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଉଡୋଳା ପଞ୍ଚାୟତରେ ବିକଶିତ ଭାରତ ରଥ କୁ ସ୍ୱାଗତ କଲେ କଳାହାଣ୍ଡି ସାଂସଦ।

କୋକସରା:୨୭/୧୨ କେନ୍ଦ୍ର ସରକାରଙ୍କ ଜନ ହିତକର ଯୋଜନା ସମ୍ପର୍କରେ ଜନସାଧାରଣ ଙ୍କୁ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ବିକଶିତ ଭାରତ ସଂକଳ୍ପ ରଥ ପରିକ୍ରମା କରୁଥିବା ବେଳେ ବୁଧବାର କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ଠାରେ ବ୍ଲକ ପ୍ରଶାସନ ଓ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଯୋଗଦେଇ ଏହି ରଥ କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସର ରେ ଆୟୋଜିତ ସାଧାରଣ ସଭା ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ଶ୍ରୀ ପଣ୍ଡା, ବିଡ଼ିଓ କୋକସରା ସ୍ନେହାପ୍ରଭା ମାଝୀ,ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଶୀ, ବରିଷ୍ଠ ନେତା ଜନାର୍ଦନ ପଣ୍ଡା,ବଲାଙ୍ଗୀର ଯୁବ ମୋର୍ଚ୍ଚା ପ୍ରଭାରୀ ହିମାଂଶୁ ପଣ୍ଡା, ସ୍ଥାନୀୟ ସରପଞ୍ଚ ଦେବିସିଂ ତାଣ୍ଡି, କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ, ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି ସମେତ ପଞ୍ଚାୟତ ର ୱାର୍ଡ଼ ସଭ୍ୟ ସଭ୍ୟା, ମିଶନ ଶକ୍ତି ର ମହିଳା କର୍ମଚାରୀ ଉପସ୍ଥିତ ରହି ଥିଲେ। କେନ୍ଦ୍ର ସରକାରଙ୍କ ଜନ ହିତକର ଯୋଜନା କୁ ନେଇ ଭିଡ଼ିଓ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ଚକ୍ରଧର ବେଶ୍ରା ମଞ୍ଚ ପରିଚାଳନ କରିଥିବା ବେଳେ ପଞ୍ଚାୟତ ପିଇଓ ରୋହିତ ଠାକୁର,ଯୋଗାଣ ସହାୟକ ବିକ୍ରମ ସାହୁ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ