Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ହରଦୁରାମ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ବେହେରା ଟିମ ଚାମ୍ପିୟାନ।

କୋକସରା:୨୭/୧୨ ମା ଲଙ୍କେଶ୍ୱରୀ କ୍ଲବ ଆନୁକୂଲ୍ୟରେ କୋକସରା ବ୍ଲକ ଡାଲଗୁମା ଗ୍ରାମରେ ହରଦୁରାମ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବଡଭଟା ଖେଳ ପଡ଼ିଆ ରେ ବୁଧବାର ଉଦଯାପିତ ହୋଇଯାଇଛି। ଫାଇନାଲରେ ଖେଳ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଡାଲଗୁମା ସରପଞ୍ଚ ଯୋଗୀନ୍ଦ୍ର ପଟ୍ଟନାୟକ, ମହେନ୍ଦ୍ର ଧରୁଆ,ପିଣ୍ଟୁ ତିବାରି,ସଞ୍ଚୟ ସିଙ୍ଘଲ, ସନ୍ତୋଷ ଦାସ, ରବି ନାରାୟଣ ଦାସ ପ୍ରମୁଖ ଯୋଗଦେଇ ଫାଇନାଲ କ୍ରିକେଟ ଟିମ ର ଉଭୟ ଦଲ ଖେଳାଳି ଙ୍କ ସହ ପରିଚୟ ପର୍ବ ରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ଫାଇନାଲ ମ୍ୟାଚ ବେହେରା ଓ ସର୍ଗିଗୁଡା ମଧ୍ୟରେ ସଂଘର୍ଷ ପୂର୍ଣ ଓ ଚିତାକର୍ଷକ ଦେଖିବାକୁ ମିଳିଥିବା ବେଳେ ବେହେରା ଦଳ ବିଜୟୀ ହୋଇ ହରଦୁ ରାମ ମେମୋରିଆଲ କ୍ରିକେଟ ଟ୍ରଫି ବିଜୟୀ ହୋଇଛନ୍ତି।ନୈମିଶ ପଟ୍ଟନାୟକ ଓ ଜୟଦେବ କଟା ଅମ୍ପିଆର ରହିଥିଲେ।ଲଙ୍କେଶ୍ୱରୀ କ୍ଲବ ର ସଦସ୍ୟ ଅମୋଜ ଧରୁଆ, ପ୍ରଫୁଲ୍ଲ ଚଣ୍ଡି,ନୈମିଶ ପଟ୍ଟନାୟକ, ହରେଶ କଟା,ମୁକେଶ କଟା, ଗୋବିନ୍ଦ ନାଏକ ସୁଧୀର ଖରସେଲ କ୍ଷିତି ପୋଢ଼,ପ୍ରମୁଖ ଖେଳ ପରିଚାଳନା ରେ ସହଯୋଗ କରିଥିଲେ। ପଡ଼ିଆ ରେ ଖେଳ ଦେଖିବାକୁ ୨ ହଜାର ରୁ ଉର୍ଦ୍ଧ୍ବ ଦର୍ଶକ ଉପସ୍ଥିତ ଥିଲେ।