Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଗ୍ରୀ ମହାବିଦ୍ୟାଳୟ କୋକସରା ଠାରେ ନୂଆ ଓ କାର୍ଯ୍ୟକ୍ରମ ରକ୍ତଦାନ ଶିବିର ଅନୁଷ୍ଠିତ।

କୋକସରା:୨୭/୧୨ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଯୁକ୍ତ ୨ ଓ ଡିଗ୍ରୀ ବିଦ୍ୟାଳୟ ରେ ନୂଆ ଓ ଯୁବ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ବୁଧବାର କୋକସରା ଡିଗ୍ରୀ ମହାବିଦ୍ୟାଳୟ ରେ ଏହି କାର୍ଯ୍ୟକ୍ରମ ଅବସର ରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଯୋଗଦେଇ ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ ଓ ଯୁବ ଶକ୍ତି ହିଁ ଓଡ଼ିଶାର ବିକାଶ ଓ ପରିବର୍ତ୍ତନ ର ବାହକ ହୋଇ ନୂତନ ଓଡିଶା ରେ ସକାରାତ୍ମକ ଭୂମିକା ନିଅନ୍ତୁ ବୋଳି ପରାମର୍ଶ ଦେଇଥିଲେ ।ଏହି ରକ୍ତଦାନ ଶିବିର ରେ ମୋଟ ୨୭ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ସମ୍ମାନିତ ଅତିଥି ଭାବେ ଡ଼. ଦେବେନ୍ଦ୍ର ମାଝୀ, ଏନସିସି କ୍ୟାପେଟନ ତଥା ଅଧ୍ୟାପକ ଅଶ୍ୱିନୀ କୁମାର ପଟ୍ଟନାୟକ ,ଅଧ୍ୟାପକ ଜଗନ ଚନ୍ଦାନି, ୟୁଥ ରେଡ଼ କ୍ରସ ପରାମର୍ଶ ଦାତା ତଥା ଅଧ୍ୟାପକ ସୁବ୍ରତ କୁମାର ବେହେରା ଉପସ୍ଥିତ ରହି ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିବା ବେଳେ ଅଧ୍ୟାପକ ଐରି ନାସନ ଚିନ୍ଦା ମଞ୍ଚ ପରିଚାଳନା କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟାପିକା ଶୁଭଶ୍ରୀ ସାହୁ,ବେଦମତି ବାରିକ,କର୍ମଚାରୀ ଜିତେନ୍ଦ୍ର ପ୍ରଧାନୀ, ସୁନିଲ କୁମାର ପ୍ରଧାନୀ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।