Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ ମୋହୁଛି ସେଲଫି ପଏଣ୍ଟଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ

କୋକସରା:୨୮/୧୨ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଗ୍ରାମରେ ଚାଲିଥିବା ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ରେ ଲୋକଙ୍କ ମନ ମୋହୁଛି ସେଲଫି ପଏଣ୍ଟ ।ଦଣ୍ଡପାଟ ର ଇଷ୍ଟଦେବୀ ଦନ୍ତେଶ୍ୱରୀ ଙ୍କ ମନ୍ଦିର ର ମନୋରମ ଦୃଶ୍ୟ ସହ ଆଇ ଲଭ ଦଣ୍ଡପାଟ ନାମରେ ଏକ ଚିତାକର୍ଷକ ସେଲଫି ପଏଣ୍ଟ ଧନୁଯାତ୍ରା କମିଟି ସହଯୋଗ କ୍ରମେ ଏ ଅଞ୍ଚଳର ପ୍ରଖ୍ୟାତ ଚିତ୍ରକାର ଲଳିତ ବାଣୁଆ ଉତ୍ସବ ପଡିଆ ମଧ୍ୟରେ ସ୍ଥାପିତ କରିଛନ୍ତି ।ଯାହାକୁ ଉତ୍ସବ ର ୨ୟ ସନ୍ଧ୍ୟାରେ କଂସ ଦରବାର କୁ ମୁଖ୍ୟ ଅତିଥି ରୂପରେ ଆସିଥିବା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ଉଦଘାଟନ କରିଥିଲେ ।ସେ ସେଲଫି ପଏଣ୍ଟ ର ପ୍ରସଂସା କରି କମିଟି ର ସଦସ୍ୟ ଓ ଦଣ୍ଡପାଟ ସାମ୍ବାଦିକ ମାନଙ୍କ ସହ ସେଲଫି ଫୋଟୋ ହୋଇଥିଲେ ।ଧନୁଯାତ୍ରା ଦେଖିଆସୁଥିବା ହଜାର ହଜାର ଦର୍ଶକ ଉକ୍ତ ଉକ୍ତ ସେଲଫି ପଏଣ୍ଟ ରେ ସେଲଫି ନେଇ ମଜା ନେଉଥିବା ଦେଖା ଯାଇଥିଲା, ଓ ଏପରି ଏକ ସ୍ଥାୟୀ ସେଲଫି ପଏଣ୍ଟ ବେହେରା ଗ୍ରାମରେ ଏକ ଆକର୍ଷଣୀୟ ଫୁଲ ବଗିଚା ସହ ନିର୍ମାଣ କରାଯିବାକୁ ଲୋକ ମାନେ ପୂର୍ବତନ ମନ୍ତ୍ରୀ ଙ୍କୁ ନିବେଦନ କରିଥିଲେ । ଧନୁଯାତ୍ରା କମିଟି ର ସଭାପତି ବାଳକୃଷ୍ଣ ବିଶି, କୋଷାଧ୍ୟକ୍ଷ ବିନ୍ଦୁସାର ବିଶି, ଭବାନୀ ବାରିକ, ସମ୍ପାଦକ କାହ୍ନା ଭୋଇ,ପୂର୍ବତନ ସଭାପତି ଭବେଶ ଗଇନ୍ତା, ତରେଶ ବିଶି,ଲଳିତ ବାଣୁଆ, ଅଜୟ ତିୱାରୀ,ତ୍ରିଲୋକ ସିଂହ, ଉପେନ୍ଦ୍ର ନାଏକ,ପ୍ରକାଶ ସାହୁ,ଈଶ୍ୱର ବାଣୁଆ,ଭିକାରୀ ଗୋପାଳ,ଗଗନ ନାଏକ,କ୍ଷୀରସିନ୍ଧୁ ବାଗ, କ୍ଷୀରସିନ୍ଧୁ ବାଣୁଆ, ଅଭୟ ଠାକୁର,ପିକ ବିଶି,ହୁକିମ ବିଶି,ଚନ୍ଦ୍ରକାନ୍ତ ରଣା,ନିହାର ରଞ୍ଜନ ପାଣିଗ୍ରାହୀ ପ୍ରମୁଖ ସଦସ୍ୟ ଉପସ୍ଥିତ ରହିଥିଲେ । ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ