Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଣଭୋଜି କରିବାକୁ ଆସି ବସ ବ୍ରେକ ଡାଉନ, ଜଙ୍ଗଲ ଭିତରେ ଦିର୍ଘ ୮ ଘଣ୍ଟା ଫଶି ରହିଲେ ଟୁରିଷ୍ଟ ଛାତ୍ରଛାତ୍ରୀ।

କୋକସରା:୨୮/୧୨ ବଣଭୋଜି କରିବାକୁ ବୁଧବାର କୋକସରା ବ୍ଲକ ରେ ରହିଥିବା ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକାରିଚଞ୍ଚରା କୁ ଆସିଥିଲେ କେସିଙ୍ଗା ସହର ପ୍ରତିଭା କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ ର ଛାତ୍ରଛାତ୍ରୀ, ବଣଭୋଜି ସାରି ସନ୍ଧ୍ୟାରେ ଘର କୁ ଫେରୁଥିବା ବେଳେ ହଠାତ ଜଙ୍ଗଲ ମଧ୍ୟରେ ଟୁରିଷ୍ଟବସ ଟି ବ୍ରେକ ଡାଉନ ହୋଇ ଅଚଳ ହୋଇ ପଡ଼ିଥିଲା। ବସ ଡ୍ରାଇଭର ଓ କର୍ମଚାରୀ ମରାମତି କରିବା କୁ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ବିଫଳ ହୋଇଥିଲେ। ଜଙ୍ଗଲ ମଝିରେ ମୋବାଇଲ ନେଟୱର୍କ ନଥିବା କାରଣ ରୁ ଯୋଗାଯୋଗ ମଧ୍ୟ ସମ୍ଭବ ହେଲାନାହିଁ। ପରେ ବସ କର୍ମଚାରୀ ଚାଲି ଚାଲି ନିକଟବର୍ତ୍ତୀ ଖଲିଗଡ଼ ଗ୍ରାମ କୁ ପହଞ୍ଚି ମେକାନିକ।ଓ।ଆମପାଣି ପୋଲିସ କୁ ସୂଚନା ଦେଇଥିଲେ, ପରେ ଘଟଣାସ୍ଥଳରେ ମେକାନିକ ଓ।ପୋଲିସ କର୍ମଚାରୀ ପହଞ୍ଚି ବସ ସଜାଡ଼ିବା ପରେ ରାତି ପ୍ରାୟ ୧୧:୩୦ ମିନିଟରେ ଫସି ରହିଥିବା ୪୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ ସୁରକ୍ଷିତ ଭାବେ ୮ ଘଣ୍ଟା ଜଙ୍ଗଲ ମଧ୍ୟରେ ଫସି ରହିବା ପରେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲେ। ଆମପାଣି।ପୋଲିସ ଏସ ଆଇ ରାଜେଶ ପରିଡା, ଗୋତୋମୁଣ୍ଡା ଫାଣ୍ଡି ଅଧିକାରୀ ମନୋଜ କୁମାର ନାଏକ, ଯୁବ ସାମ୍ବାଦିକ ବସନ୍ତ କୁମାର ସରାବୁ ଓ ଆଇଆରବି ଯବାନ ମାନେ ଫସି ରହିଥିବା ଛାତ୍ରଛାତ୍ରୀ ଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ।