Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତରନ୍ଧା ଚାଲାଣ ବେଳେ ଅବକାରୀ ଚଢ଼ାଉ,ପଡୋଶୀ ଜିଲ୍ଲା ର ୨ ଗିରଫ, କୋର୍ଟ ଚାଲାଣ।

କୋକସରା:୨୮/୧୨ ପଡୋଶୀ ନବରଙ୍ଗପୁର ଜିଲ୍ଲା ରୁ ଜଙ୍ଗଲ ରାସ୍ତା ଦେଇ କଳାହାଣ୍ଡି ଜିଲ୍ଲା ଜୟପାଟଣା ରାସ୍ତା ଦେଇ କୋକସରା ବ୍ଲକ କୁ ବହୁଳ ଭାବେ ହାତରନ୍ଧା ଦେଶି ମଦ ଚୋରା ଚାଲାଣ ହେଉଥିବା ବେଳେ ବୁଧବାର କୌଣସି ସୂତ୍ରରୁ ଖବର ପାଇ ଜୟପାଟଣା ଅବକାରୀ ବିଭାଗର ଏଏସଆଇ ନରେନ୍ଦ୍ର ମିଞ୍ଜ ଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ମାନେ ବରାଡୋଙ୍ଗା ଗ୍ରାମ ନିକଟରେ ଚଢ଼ାଉ ସମୟରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଡେଙ୍ଗ ପଦର ଗ୍ରାମର ଯୋଗୀନ୍ଦ୍ର ହରିଜନ(୩୦)ଓ ଉମା ମାଝୀ (୩୦) ଏକ ବାଇକ ରେ ଜରି ବସ୍ତା ରେ ହାତରନ୍ଧା ମଦ ନେଇ ଚାଲାଣ କରୁଥିବା ବେଳେ ବିଳମ୍ବିତ ରାତିରେ ରେ ଦୁଇ ଜଣ ଙ୍କୁ କାବୁ କରି ଗିରଫ କରି ସେମାନଙ୍କ ନିକଟରୁ ୪୮ ଲିଟର ହାତରନ୍ଧା ଦେଶୀ ମଦ ସହ ଏକ ବାଇକ କୁ ଜବତ କରିଥିଲେ। ଏହି ସଂକ୍ରାନ୍ତ ରେ ଦୁଇ ଅଭିଯୁକ୍ତ ଙ୍କୁ ଗୁରୁବାର କୋର୍ଟ ଚାଲାଣ କରା ଯାଇଥିବା ନେଇ ଜୟପାଟଣା ଅବକାରୀ ଏଏଆଇ ନରେନ୍ଦ୍ର ମିଞ୍ଜ ସୂଚନା ଦେଇଛନ୍ତି। ତେବେ ପଡୋଶୀ ନବରଙ୍ଗପୁର ଓ ଜୟପାଟଣା ବ୍ଲକ ଅଞ୍ଚଳ ରୁ ଏହି ରାସ୍ତା ଦେଇ ସବୁ ସମୟରେ ଅବାଧ ରେ ହାତରନ୍ଧା ଦେଶି ମଦ ସହ ଗଞ୍ଜେଇ ଚାଲାଣ କରାଯାଉଛି।ଅବକାରୀ ବିଭାଗ ନିଶା ଦ୍ରବ୍ଯ ଚୋରା ଚାଲାଣ ଉପରେ ରୋକ ଲଗାଇବାକୁ ସାଧାରଣ ରେ ଦାବି ହେଉଛି।