Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଡ଼ିଆଳରେ ଗୁରୁ ଘାସିଦାସଙ୍କ ୨୬୭ ତମ ଜନ୍ମ ଜୟନ୍ତୀ ପାଳିତ

ଖଡିଆଳ : ଖଡିଆଳ ଠାରେ ସନ୍ଥ ଶିରୋମଣୀ ବାବା ଗୁରୁ ଘାସିଦାସଙ୍କ ୨୬୭ ତମ ଜନ୍ମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ସତନାମ ସମାଜର ଶତାଧିକ ମହିଳା ଏବଂ ପୁରୁଷ ଏକତ୍ରିତ ହୋଇ ଏକ ଶୋଭାଯାତ୍ରରେ ଖଡିଆଳ ନଗର ପରିକ୍ରମା କରିଥିଲେ । ଏଥିରେ ଗୁରୁ ଘାସିଦାସଙ୍କ ସୁତିସମ ଏକ ସୁସଜ୍ଜିତ ରଥରେ ନଗର ପରିକ୍ରମା କରିଥିଲା। ଏହି ଅବସରରେ ମହିଳା ମାନେ କଳସ ଶୋଭାଯାତ୍ରା ଏବଂ ପୁରୁଷ ମାନେ ବିଭିନ୍ନ ପାରମ୍ପାରିନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପ୍ରଦର୍ଶନ କରି ନଗର ପରିକ୍ରମା କରିଥିଲେ । ପରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଓଡ଼ିଶା ସତନାମି ସମାଜ ପ୍ରଦେଶ ଅଧ୍ୟକ୍ଷ ଜ୍ୟୋତିଲାଲ ବଞ୍ଜାରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ଖଡିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଖଡିଆଳ ପୌରାଧ୍ୟକ୍ଷ ଭଜ୍ଜଳ ଗୁପ୍ତା, ବିଜେଡି ଜିଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଳ, ପୂର୍ବତନ ନଗରପାଳ ନିମାଇଁ ଚରଣ ତାଣ୍ଡି, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାଣ୍ଡେ ଓ ମୁଖ୍ୟବକ୍ତା ଭାବରେ କଣ୍ଟାବାଞ୍ଜି କଲେଜର ଅଧ୍ୟାପକ ବିତେନ୍ଦ୍ର ସୁନା ଯୋଗଦାନ କରିଥିଲେ । ଉକ୍ତ ସଭାରେ ସରପଞ୍ଚ ଜୟରାମ ଧନ୍ଧି, ହରିରାମ ଆଡିର, ପଞ୍ଚୁ ବଘେଲ, ପ୍ରଫେସର ହରିହର ନାଗ ପ୍ରମୁଖ ମଞ୍ଚାସିନ ଥିଲେ । ଶେଷରେ ଖଡିଆଳ ଅଧ୍ୟକ୍ଷ ଧରମ ସିଂ ସୋନୱାନୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଲଲୁ ଚେଲକ, ଓମପ୍ରକାଶ ମନହରେ, ମୋହନଲାଳ ନାରଙ୍ଗ, ଚନ୍ଦନ ବଘେଲ, ହେମନ୍ତ ମନହରେ, ରଞ୍ଜନ ଦାସ, ହିରାମନ ବଘେଲଙ୍କ ସମେତ ଶତାଧିକ ବ୍ୟକ୍ତି ସହଯୋଗ କରିଥିଲେ ।