Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରେନ୍ଦ୍ର ପୁଞ୍ଜି ମେମୋରିଆଲ ଫୁଟବଲ , ଡୋଙ୍ଗରିଗୁଡା ଦଳ ଚାମ୍ପିୟାନ।

କୋକସରା:୨୮/୧୨ କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଛିଲିପାମାଲ ଖେଳ ପଡ଼ିଆ ରେ ବିରେନ୍ଦ୍ର ପୁଞ୍ଜି ମେମୋରିଆଲ ଫୁଟବଲ ଫାଇନାଲ ଖେଳ ଗୁରୁବାର ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଜେପି ବରିଷ୍ଠ ନେତା ଜନାର୍ଦନ ପଣ୍ଡା, ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କୋକସରା ବିମ୍ବାଧର ପଣ୍ଡା, ଯୁବ ସମାଜସେବି ଧନଞ୍ଜୟ ବେହେରା, ଡମ୍ବରୁ ପୁଞ୍ଜି,ଡମ୍ବରୁଧର ଖରସେଲ,ଲକ୍ଷ୍ମଣ ପୁଝାରି, ଯୁବ ସାମ୍ବାଦିକ ଦିଗାମ୍ବର ନାଗ ଉପସ୍ଥିତ ରହି ଉଭୟ ଦଳ ଖେଳାଳୀ ଙ୍କ ସହ ଅତିଥୀ ପରିଚୟ ପର୍ବ ରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ଫୁଟବଳ ଫାଇନାଲରେ ଚିକିଲି ଓ ଡୋଙ୍ଗରିଗୁଡା ଦଳ ମଧ୍ୟରେ ଚିତାକର୍ଷକ ଖେଳ ପ୍ରଦର୍ଶନ ହୋଇଥିବା ବେଳେ ଚିକିଲି ଦଳ କୁ ୨/୦ ଗୋଲ ରେ ହରାଇ ଡୋ ଙ୍ଗ ରି ଗୁଡା ଦଳ ମ୍ୟାଚ ଚାମ୍ପିୟାନ ହୋଇଥିଲେ। ବିଜେତା ଡୋ ଙ୍ଗ ରି ଗୁଡା ଦଳ ଓ ଉପ ବିଜେତା ଚିକିଲି ଦଳ।କୁ ଉପସ୍ଥିତ ଅତିଥିମାନେ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ। ଖେଳ ପରିଚାଳନା ରେ ଖେଳ ଶିକ୍ଷକ ଶଙ୍କର ପୋଢ଼, ଚିତ୍ତ ରଞ୍ଜନ ଠାକୁର,ଲାଇନ ମ୍ୟାନ ରାଧାକାନ୍ତ ପଟ୍ଟନାୟକ,ଗଣାପତି ପୁଝାରି,ବିକ୍ରମ ଯାନୀ ପରିଚାଳନା କରିଥିବା ବେଳେ ଖେଳ ର ଧାରା ବିବରଣୀ ଦେବେନ୍ଦ୍ର ପୁଝାରି,ବଳଦେବ ଭୋଇ କରିଥିଲେ।ବିରେନ୍ଦ୍ର ପୁଞ୍ଜି ମେମୋରିଆଲ କମିଟି ର ସଭାପତି ରାଧାକାନ୍ତ ହଂସ, ଅନୁପ ପଣ୍ଡା,ଦେବେନ୍ଦ୍ର ସାଗର, ମନୋଜ ନାଗ, ଗୋଲାପ ପୁଞ୍ଜି ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।ଖେଳ ଦେଖିବାକୁ ପଡ଼ିଆ ରେ ଭରପୁର ଦର୍ଶକ ଉପସ୍ଥିତ ରହିଥିଲେ।