Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ମ୍ ଓଡ଼ିଶା ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଉଦଯାପିତ

କଳାହାଣ୍ଡି, ୨୯/୧୨ (ଜଗନ୍ନାଥ ନାଏକ) : ୫ମ୍ ଓଡିଶା
ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଉଦଯାପିତ ହରିହରାନନ୍ଦ ଗୁରୁ କୂଳମ୍ , ବାଲିଘାଇ, ପୁରୀ ଠାରେ ପ୍ରଜ୍ଞାନ ମିଶନ୍ ଜଗତପୁର,କଟକ ଆନୁକୁଲ୍ୟରେ ଚାଲିଥିବା ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ସମାପନ ହୋଇଯାଇଛି। ଏଥିରେ ରାଜ୍ୟର ୩୦ ଟି ଜିଲ୍ଲାର ୪ର୍ଥ ଓ ୫ମ ଶ୍ରେଣୀ ‘କ’ ବିଭାଗ ୬ଷ୍ଠ ରୁ ୮ମ ଶ୍ରେଣୀ ‘ଖ’ ବିଭାଗ ୯ମ ରୁ+୨ ‘ଗ’ ବିଭାଗ ଏବଂ +୩ ଓ ତଦୁର୍ଦ୍ଧ୍ବ ‘ଘ’ ବିଭାଗ ପ୍ରତି ବିଭାଗର ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କଳାହାଣ୍ଡି ଜିଲ୍ଲାରୁ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମଧ୍ୟରୁ ‘କ’ ବିଭାଗରେ ଶ୍ରେୟାଂସି ସାହୁ ଏବଂ ଦିଶା ଅଗ୍ରୱାଲ ହେଲୋ କିଡ୍ସ, ଧର୍ମଗଡ଼ ଏବଂ ‘ଖ’ ବିଭାଗରେ ସୁନୀତା ଦାସ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜୟପାଟଣା ଏବଂ ପ୍ରତିଜ୍ଞା ଆଚାର୍ଯ୍ୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଧର୍ମଗଡ଼ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇ କଳାହାଣ୍ଡି ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ