Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ନୂଆ-‘ଓ’, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ

କଳାହାଣ୍ଡି, ୨୯/୧୨ (ଜଗନ୍ନାଥ ନାଏକ) : ନୂଆ-‘ଓ’ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଅଛି । ନୂଆ ‘ଓ’ କାର୍ଯ୍ୟକ୍ରମ ଉଭୟ ବିଶ୍ୱବିଦ୍ୟାଳୟ ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ଅନୁଷ୍ଠିତ ହୋଇଥିବା କ୍ରୀଡା, ସାଂସ୍କୃତିକ ତଥା ସାମାଜିକ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ତଥା ପ୍ରତିଯୋଗିତା ତା-15/11/2023 ରିଖ ଠାରୁ ଆରମ୍ଭ ହୋଇ ତା- 27/12/2023 ରିଖରେ ସମାପ୍ତ ହୋଇଥିଲା । ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ଉଦ୍‌ଯାପନି ଉତ୍ସବରେ ଅନୁଷ୍ଠିତ ସଭାରେ ବିଶ୍ୱବିଦ୍ୟାଳୟର କୁଳପତି କର୍ଣ୍ଣେଲ୍ ପ୍ରଫେସର ସଂଜୟ କୁମାର ଶତପଥୀ ସଭାପତିତ୍ୱ କରିଥିଲେ । ଏହି ଉତ୍ସବରେ ରାଜ୍ୟସଭା ସାଂସଦ, କଳାହାଣ୍ଡି ଶ୍ରୀ ସୁଜିତ୍ କୁମାର, ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ଏହି ନୂତନ କାର୍ଯ୍ୟକ୍ରମ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ରାଜ୍ୟରେ ପ୍ରଥମଥର ପାଇଁ ପ୍ରାୟ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କର କ୍ରୀଡା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟରେ ସୃଜନଶୀଳତା ଦକ୍ଷତା ବୃଦ୍ଧି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରା ଓ ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଶ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ, ଅଧ୍ୟକ୍ଷ, ଜିଲ୍ଲା ପରିଷଦ କଳାହାଣ୍ଡି ଏବଂ ସମ୍ମାନୀତ ଅତିଥି ଭାବେ ଶ୍ରୀମତୀ ସଂଯୁକ୍ତା ବେହେରା , ଅଧ୍ୟକ୍ଷା ଭବାନୀପାଟଣା ମୁନିସିପାଲିଟି, ଯୋଗଦେଇଥିଲେ । ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀ ପିତାମ୍ବର ଭୋଇ ମଧ୍ୟ ଯୋଗ ଦେଇଥିଲେ । ଏହି ସଭାରେ ବିଶିଷ୍ଟ ଅତିଥି ରୂପେ ଶ୍ରୀ ସୁଶାନ୍ତ କୁମାର ଚୋପ୍‌ଦାର, ଜିଲ୍ଲା ଶିକ୍ଷା ଅଧିକାରୀ କଳାହାଣ୍ଡି, ଶ୍ରୀ ସୁରେଶ ବଳିଆର ସିଂହ, ଆର୍‌ ଆଇ କଳାହାଣ୍ଡି, ଶ୍ରୀ ସର୍ବେଶ୍ୱର ଭୋଇ ବିଶିଷ୍ଠ ଲୋକଗୀତ ଗାୟକ, ଶ୍ରୀ ଯୋଗବ୍ୟାସ ଭୋଇ, ଆନ୍ତର୍ଜାତିକ ପର୍ବତ ଆରୋହୀ, ଶ୍ରୀ ରମେଶ ଚନ୍ଦ୍ର ପାଢୀ, ଜିଲ୍ଲା କ୍ରୀଡା ଅଧିକାରୀ, ଅତିଥି ଭାବେ ଯୋଗ ଦେଇ କୁଳପତିଙ୍କ ଦ୍ୱାରା ସମ୍ବର୍ଧିତ ହୋଇଥିଲେ । ଉଭୟ ବିଶ୍ୱବିଦ୍ୟାଳୟ ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ କ୍ରୀଡା କ୍ଷେତ୍ରରେ ବିଭିନ୍ନ ବର୍ଗରେ ମୋଟ 460 ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରଷ୍କୃତ କରାଯାଇଥିଲା । ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ମୋଟ 260 ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରଷ୍କୃତ କରାଯାଇଥିଲା । ପରେ ପରେ ସାମାଜିକ କାର୍ଯ୍ୟକ୍ରମରେ ଅଗ୍ରଣୀ ଭୂମିକା ଲିଭାଇଥିବା ମୋଟ 18 ଜଣ ଉତ୍ତମ ସ୍ୱେଚ୍ଛାସେବୀଙ୍କୁ ଅତିଥିମାନଙ୍କ ଦ୍ୱାରା ଟ୍ରଫି ଓ ମାନପତ୍ର ଦିଆଯାଇ ପୁରଷ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଡ. କୈଳାସ ଚନ୍ଦ୍ର ଦାସ, ରାଜନିତୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ମଞ୍ଚ ସଂଚାଳନ କରିଥିବା ବେଳେ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ, ମେଜର ଡ. ଜୟଦେବ ସାହୁ, ଡ. ମଧୁଲିକା ସାହୁ ଓ ଶ୍ରୀ ସୁବ୍ରତ ପ୍ରଧାନ, ମଞ୍ଚ ଓ ପୁରଷ୍କାର ବିତରଣରେ ସହଯୋଗ କରିଥିଲେ । ପରି ଶେଷରେ ଡ. ଘନଶ୍ୟାମ ବେହେରା ଏ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ