ବିବେକସେନା ତରଫରୁ ଭବାନୀପାଟଣା ରେ ଓପିଏସ୍‌ସି ପରୀକ୍ଷା କେନ୍ଦ୍ର ଦାବି


କଳାହାଣ୍ଡି, ୨୯/୧୨ (ଜଗନ୍ନାଥ ନାଏକ) : ତା 29/12/2023 ରିଖ ଭବାନୀପାଟଣା ରେ ଓଡିଶା ପ୍ରଶାସନିକ ସେବା ର ପରୀକ୍ଷା କେନ୍ଦ୍ର ଦାବି ପତ୍ର ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବିବେକ ସେନା ତରଫରୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଓଡିଶା ଲୋକସେବା ଆୟୋଗ ଅଧ୍ୟକ୍ଷ, 5ଟି ଓ ନଵୀନ ଓଡିଶା ଅଧ୍ୟକ୍ଷ ଙ୍କ ଉଦେଶ୍ୟରେ ଜିଲ୍ଲାପାଳ ଙ୍କ ମାଧ୍ୟମ ରେ ଏକ ଦାବି ପତ୍ର ବିବେକ ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି | ଭୁବନେଶ୍ୱର, କଟକ, ବାଲେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁର ପରୀକ୍ଷା କେନ୍ଦ୍ର ଥିବା ବେଳେ ଭବାନୀପାଟଣା ରୁ ଦୂର ଯାତ୍ରା, ସମୟ ସାପେକ୍ଷ ଓ ବ୍ୟୟବହୁଳ ଯୋଗୁଁ ପରୀକ୍ଷାଥୀ ମାନେ ନାହିଁ ନଥିବା ସମସ୍ୟା ର ସମ୍ମୁଖୀନ ହେବା ସହ ଶାରୀରିକ ଓ ମାନସିକ ଦୃଷ୍ଟି ରୁ ପ୍ରଭାବିତ ହେଉଛନ୍ତି |ଭବାନୀପାଟଣା ହେଉଛି ଅବିଭକ୍ତ କେବିକେ ଅଞ୍ଚଳ ର କେନ୍ଦ୍ରସ୍ଥଳ ରେ ଅବସ୍ଥିତ ଏଠାରେ ପରୀକ୍ଷା କେନ୍ଦ୍ର ହେଲେ ସ୍ଥାନୀୟ ପରୀକ୍ଷାର୍ଥୀ ସଂଖ୍ୟା ବୃଦ୍ଧି ପାଇବା ସହ ନିକଟସ୍ଥ ନୂଆପଡା,ରାୟଗଡା, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ର ପରୀକ୍ଷାର୍ଥୀ ମାନଙ୍କ ପାଇଁ ପରୀକ୍ଷା କେନ୍ଦ୍ର ନିକଟ ହେବ | ଏଣୁ ରାଜ୍ୟ ସରକାର ଶୀଘ୍ର ବିଚାର କରିବା କୁ ଦାବି କରିଛନ୍ତି | ସଂଗଠନ ସଦଶ୍ୟ ସୂତ୍ତମ କୁମାର ନାୟକ, ହିତେଶ କୁମାର ବେହେରା, ବୃଷଭ ଦାଶ, ପ୍ରତୁଷ ରଞ୍ଜନ ଦାଶ ସମେତ ବହୁ ସଦଶ୍ୟ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ଙ୍କୁ ଏହି ଦାବି ପତ୍ର ପ୍ରଦାନ କରିଛନ୍ତି |

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।