Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ରେ କ୍ଷମତା ର ଅପବ୍ୟବହାର ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବିକଲେ ବିନୀତା ମାଝୀ

କଳାହାଣ୍ଡି, ୨୯/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମ ପଞ୍ଚାୟତ ର ରାମଚନ୍ଦ୍ରପୁର ଗ୍ରାମରେ ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ରେ ଦୁର୍ନୀତିର ଅଭିଯୋଗ, ପ୍ରାପ୍ତ ସୂଚନା ଅନୁଯାୟୀ ଗତ ବର୍ଷ ରାମଚନ୍ଦ୍ରପୁର ଗ୍ରାମରେ ଅଙ୍ଗନୱାଡ଼ି କର୍ମୀ ପଦବୀ ନିମନ୍ତେ ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟଳୟ ପକ୍ଷରୁ ବିଜ୍ଞାପନ ପତ୍ର ସଂଖ୍ୟା ୮୨୯ ତା ୨୦.୧୦.୨୨ ରିଖ ଅନୁଯାୟୀ ସେହି ଗ୍ରାମର ଗରିବ ଶ୍ରେଣୀର ନିରୀହ ଆଦିବାସୀ ମହିଳା ଶ୍ରୀମତୀ ବିନିତା ମାଝୀ ସରକାରୀ ନିୟମ ଅନୁଯାୟୀ ଆବଶ୍ୟକ ଶିକ୍ଷାଗତ ଜାତିଗତ ସ୍ଥାୟୀ ବାସିନ୍ଦା ଆଧାର ଭଳି ସମସ୍ତ ପ୍ରମାଣ ପତ୍ର ସହ ନିର୍ଦ୍ଧାରିତ ସମୟ ସୀମା ଭିତରେ ଆବେଦନ କରି ସମସ୍ତ ମୂଳ ପ୍ରମାଣ ପତ୍ର ଯାଞ୍ଚ ସମୟରେ ଉପସ୍ଥିତ ରହି ଦେଖାଇଥିଲେ, କିନ୍ତୁ ବଡ଼ ପରିତାପର ବିଷୟ ଯେତେବେଳେ ଚୂଡାନ୍ତ ତାଲିକା ପ୍ରକାଶ ପାଇଲା ସମ୍ପୂର୍ଣ୍ଣ ଓଲଟ ପାଲଟ ହୋଇଥିବା ଅଭିଯୋଗ ହୋଇଛି କାରଣ ମେଧା ତାଲିକା ରେ ସର୍ବାଧିକ ୩୬୩ ମାର୍କ ରଖିଥିବା ବିନିତା ମାଝୀ ଙ୍କୁ ବାଦ୍ ଦେଇ ୨୯୯ ମାର୍କ ରଖି ଦ୍ୱିତୀୟ ସ୍ଥାନରେ ଥିବା ପ୍ରେମସିଲା ମାଝୀ ଙ୍କୁ ଅଙ୍ଗନୱାଡ଼ି ଚାକିରି ପ୍ରଦାନ କରାଯାଇଥିବା ବିନିତା କ୍ଷୁବର ସହିତ ପ୍ରକାଶ କରିଛନ୍ତି ,ଖାଲି ସେତିକିନୁହେଁ ରାଜ୍ୟରେ ଚାଲିଥିବା 5T ଶାସନ ଓ ନବୀନ ଙ୍କ ସ୍ୱଚ୍ଛ ଶାସନ କୁ ମଧ୍ୟ ଭରସା ନ ଥିବା ପ୍ରକାଶ କରିଛନ୍ତି କାରଣ ତାଙ୍କ ପ୍ରତି କରାଯାଇଥିବା ଅନ୍ୟାୟ ର ବିଚାର ପାଇଁ ବ୍ଲକ ସିଡିପିଓ,ଉପ ଜିଲ୍ଲାପାଳ ଭବାନୀପାଟଣା ଓ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ଙ୍କୁ ଅଭିଯୋଗ କରି ଏକ ବର୍ଷ ,ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ପ୍ରକାଶ କରିଛନ୍ତି ଏବଂ ଗତକାଲି ନର୍ଲା ଗ୍ରସ୍ତ ରେ ଆସିଥିବା ମାନ୍ୟବର ରାଜ୍ୟସଭା ସାଂସଦ ସୁଜିତ୍ ସେଠ୍ ଙ୍କୁ ମଧ୍ୟ ଲିଖିତ ଜଣାଇ ଥିବା କହିଛନ୍ତି ଏଣୁ ବିନିତା ନ୍ୟାୟ ନ ପାଇ ଏହାର ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ