Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅପରାଜିତା – ବିଜେଡି ସହ ଜୋରଦାର ହେବ ଲଢେଇ

୨୦୨୪ରେ ବିଜେଡି ବିରୋଧରେ ଜୋରଦାର ଲଢେଇ ହେବ । ରାଜ୍ୟ ବିଜେପି ପଦାଧିକାରୀ ବୈଠକରେ ବିଜେପି ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ବୈଠକ ପରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ବିଜେଡି ସହ କୌଣସି ମେଣ୍ଟ ନାହିଁ । ଯାହା ଦ୍ୱନ୍ଦ୍ୱ ଥିଲା ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ ତାହା ଦୂର କରିଛନ୍ତି । ବିଜେପି କର୍ମୀ ତଥା ଲୋକଙ୍କ ମନରେ ଥିବା ବିଜେଡି-ବିଜେପି ମେଂଟ ଦୂର କରିବାକୁ ବଂଶଲ ଗୁରୁମନ୍ତ୍ରୀ ଦେଇଥିବା ସେ କହିଛନ୍ତି । ତେବେ କୌଣସି ପରିସ୍ଥିତିରେ ବଜେଡି ସହ ସାଲିସ କରିବ ନାହିଁ ।

୨୦୨୪ ନିର୍ବାଚନରେ ଜୋରଦାର ଲଢେଇ ହେବ । ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବଜେଡି ସହ ବିଜେପିର ଲଢେଇ ହେବ । ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ପଦାଧିକାରୀ ବୈଠକ । ଜିଲ୍ଲା ସଭାପତି ଏବଂ ପ୍ରଭାରୀଙ୍କୁ ନେଇ ବୈଠକ ହୋଇଥିଲା । ଏଥିରେ ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ୍ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ରାଜ୍ୟ ସଭାପତିଙ୍କ ମନମୋହନ ସାମଲଙ୍କ ସହ ବହୁ ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ