Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ଋଣ ମେଳା ୧୪୩ ସ୍ୱୟଂସହାୟକଗୋଷ୍ଠୀ କୁ ୩କୋଟି ୧୫ଲକ୍ଷ ୬୦ହଜାର ଋଣ ମଞ୍ଜୁରୀ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଆତ୍ମା ସଭା ଗୃହ ଠାରେ ମିଶନ ଶକ୍ତି ପକ୍ଷରୁ ବ୍ଲକ ସ୍ତରୀୟ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ବ୍ଲକ ଅଧକ୍ଷ୍ୟା କୁନି ସାହୁ, ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ,ସିଡ଼ିପିଓ ଜି. ଗୁଡ଼ଲା ,ମିଶନ ଶକ୍ତି ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ବିପିନ ବାରିକ,ଭାରପ୍ରାପ୍ତ ବିପିଏମ୍ ଲଳିତ ବିଶି,ବିଡ଼ିଓ ସୁଚରିତା ମୁଗ୍ରୀ ,ମିଶନ ଶକ୍ତି ବ୍ଲକ ଫେଡରେସନ ସଭାନେତ୍ରୀ ଜୟନ୍ତୀ ସାହୁ ଙ୍କ ସମେତ ବିଭିନ୍ନ ବ୍ୟାଙ୍କ ର ଅଧିକାରୀ,ପଂଚାୟତ ଫେଡରେସନ, ବ୍ଲକ ଫେଡରେସନ ଓସିଆରପି,ଏମବିକେ ,ସ୍ୱୟଂ ସହାୟକ ଗୋଷ୍ଠୀ ର କର୍ମ କର୍ତ୍ତା ଙ୍କ ଉପସ୍ଥିତ ରେ ବ୍ଲକ ର ୧୪୩ ସ୍ୱୟଂସହାୟକଗୋଷ୍ଠୀ କୁ ୩କୋଟି ୧୫ଲକ୍ଷ ୬୦ହଜାର ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ