କୋକସରା୦୧/୦୧ କଳାହାଣ୍ଡି ଜିଲ୍ଲା ହେଉଛି ପ୍ରକୃତି ର ବରଦାନ ରେ ଭରା ଜଙ୍ଗଲ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଅନନ୍ୟ ମାଟି। ଜିଲ୍ଲାର କୋକସରା ବ୍ଲକ ରେ ରହିଛି ଅନେକ ପର୍ଯ୍ୟଟନ ସ୍ଥଳୀ ସେମଧ୍ୟରୁ ଗୁଡାହାଣ୍ଡି ଡୋକାରିଚଞ୍ଚରା ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇଥିବା ବେଳେ ଅନ୍ୟ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଆମପାଣି ପଞ୍ଚାୟତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା କରକ ଜଳପ୍ରପାତ ଏବେ ବଣଭୋଜି ପାଇଁ ଛୁଟୁଛି ପର୍ଯ୍ୟଟକ ଙ୍କ ଭିଡ଼,ତେବେ ଜାତୀୟ ରାଜପଥ ୨୬ ଆମପାଣି ଠାରୁ ୩ କିମି ଦୂରରେ ରହିଥିବା ଏହି ଜଳପ୍ରପାତ କୁ ଭଲ ରାସ୍ତା ନଥିବାରୁ ଓ ଆନୁସଙ୍ଗିକ ଭିତ୍ତିଭୂମି ନ ଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ତଥାପି ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଝରଣା ଓ ଜଳପ୍ରପାତ ରେ କିଛି ମୁହୂର୍ତ୍ତ ସମୟ ଅତିବାହିତ କରିବା ପାଇଁ ନୂଆବର୍ଷ ସମୟରେ ଜିଲ୍ଲା ଓ ଜିଲ୍ଲା ବାହାରୁ ପର୍ଯ୍ୟଟକ ଙ୍କ ଭିଡ଼ ଲାଗିରହେ। ଅନେକ ସମୟରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶିତ ହେବା ପରେ ରାଜ୍ୟ ସରକାରଙ୍କ କରକ ଜଳପ୍ରପାତ ର ଭିତ୍ତିଭୂମି ବିକାଶ ପାଇଁ ୧୮ ଲକ୍ଷ ର ଅନୁଦାନ ଘୋଷଣା କରିଛନ୍ତି।ଆଗକୁ ଜଙ୍ଗଲ ବିଭାଗ ପକ୍ଷରୁ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ସମ୍ପାଦନ ହେବାନେଇ ସୂଚନା ମିଳିଛି।ଆଗକୁ ଏହି କରକ ଜଳପ୍ରପାତ ର ସୌନ୍ଦର୍ଯ୍ୟ କରଣ ଓ ଭିତ୍ତିଭୂମି ର ବିକାଶ ହେବ ଓ ରାଜ୍ୟ ତଥା ରାଜ୍ୟ ବାହାର ର ପର୍ଯ୍ୟଟକ ଙ୍କୁ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରା କରକ ଜଳପ୍ରପାତ କୁଳୁକୁଳୁ ମୁଖରିତ ଝରଣା ଓ ଜଙ୍ଗଲ ର ସୁନ୍ଦର ସୁବୁଜିମା ପରିବେଶ ମଧ୍ୟରେ ବାନ୍ଧି ରଖିବ। କରକ ଜଳପ୍ରପାତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭିତ୍ତିଭୂମି ବିକାଶ ପାଇଁ ଉଦ୍ୟମ ଆରମ୍ଭ କରିଥିବାରୁ ସ୍ଥାନୀୟ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ , ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ,ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସରପଞ୍ଚ ରୁକ୍ମଣୀ ବାଣୁଆ ସମେତ ଅଞ୍ଚଳ ର ଜନ ସାଧାରଣ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।
କରକ ଜଳପ୍ରପାତ ରେ ନୂଆବର୍ଷ ପାଇଁ ପର୍ଯ୍ୟଟକ ଙ୍କ ଭିଡ଼।
