Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେହେରା ମୁକ୍ତ ରଙ୍ଗମଞ୍ଚ ରେ ଧନୁଯାତ୍ରା କଂଶ ବଧ ସହ ଉଦଯାପିତ।

କୋକସରା୦୧/୦୧ କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳ ର କେନ୍ଦ୍ରସ୍ଥଳୀ ବେହେରା ଗ୍ରାମରେ ଚାଲିଥିବା ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ସାତ ଦିନ ପରେ ଉଦଯାପିତ ହୋଇ ଯାଇଛି ।ମଞ୍ଚରରେ କୃଷ୍ଣ ବଳରାମ ଦ୍ୱାରା ଶିଵଧନୁ ଭଗ୍ନ ସହ କଂସାଶୁର ବଧ ଦୃଶ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା । ଷଷ୍ଠ ସନ୍ଧ୍ୟା ରେ ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ଡ଼. ଅର୍ଚନା ପାଢ଼ୀ ଙ୍କ ଗୀତରେ କମ୍ପିଉଠିଥିଲା ମଞ୍ଚ ।କଂସ ଙ୍କ ଡାକରା ରେ ଷଷ୍ଠ ଦିନ ପ୍ରଶାସନ ଅଧିକାରୀ ମାନେ ଉପସ୍ଥିତ ହୋଇଥିଲେ ।ଧର୍ମଗଡ଼ ତହସିଲଦାର , ଗୋଷ୍ଠିଉନ୍ନୟନ ଅଧିକାରୀ ଙ୍କୁ କଂସ ମହାରାଜ ମଥୁରା ନଗରୀ ର ଶାସନ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ ।ଶେଷ ସନ୍ଧ୍ୟା ରେ ମୁଖ୍ୟ ଅତିଥିଭାବରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ,, ମୁଖ୍ୟବକ୍ତା ଭାବରେ ସତ୍ୟନାରାୟଣ ମୁଣ୍ଡଛିନା, ସମ୍ମାନୀୟ ଅତିଥି ଭାବରେ ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପାଟଯୋଶୀ,ବିଜେପି ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାଗ,ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ,କଂଗ୍ରେସ ନେତା ଦିଗାମ୍ବର ଦୁରିଆ ଯୋଗ ଦେଇଥିଲେ ।ଶିକ୍ଷକ କ୍ଷୀରସିନ୍ଧୁ ବାଣୁଆ ମଞ୍ଚ ପରିଚାଳନା କରିଥିବା ବେଳେ କମିଟି ର ସଭାପତି ବାଳକୃଷ୍ଣ ବିଶି,ସମ୍ପାଦକ କାହ୍ନାଭୋଇ, କୋଷାଧ୍ୟକ୍ଷ ବିନ୍ଦୁସାର ବିଶି, ଭବାନୀ ବାରିକ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଦୀର୍ଘ ୭ ଦିନ ଧରି ମୁକ୍ତ ରଙ୍ଗମଞ୍ଚ ରେ କଂଶ ମହାରାଜା ଙ୍କ ରାଜୁତି ପରେ କୃଷ୍ଣ ଙ୍କ ହାତରେ କଂଶ ବଧ ସହ ଧନୁଯାତ୍ରା ର ଯବନିକା ପଡିଛି। ୭ ଦିନ ଧରି ଧନୁଯାତ୍ରା ମହୋତ୍ସବ ଦେଖିବାକୁ ହଜାର ହଜାର ଜନସାଧାରଣ ଙ୍କ ସମାଗମ ହୋଇଥିଲା।