କୋକସରା:୦୨/୦୧ କଲମପୁର ବ୍ଲକ ମଣ୍ଡଳ ଗାଁ ରେ ବୃଦ୍ଧ ଦମ୍ପତ୍ତି ଅସହାୟ ହୋଇ ପଡିଛନ୍ତି l ସେମାନେ ହେଲେ ଯାଦବ ନାଏକ (୬୫) ସ୍ତ୍ରୀ ପ୍ରେମ ଶିଳା ନାଏକ (୬୨) l ପ୍ରାୟ ୬ ମାସ ହେବ ରୋଗ ରେ ଶଯ୍ୟାଶାୟୀ ହୋଇ ପଡି ରହିଥିବା ଯାଦବ ଚିକିତ୍ସା ପରେ ଟିକେ ସୁସ୍ଥ ଥିଲେl ପୁଅ ଯଶୋବନ୍ତ (୨୫) ନୃତ୍ୟ କଳା ପ୍ରଦର୍ଶନ କରି କେବେ ଦାଦନ ଯାଇ କେବେ କୁଳି ମଜୁରୀ କରି କିଛି ଉପାର୍ଜନ କରି ପରିବାର କୁ କଷ୍ଟେ ମଷ୍ଟେ ପ୍ରତିପୋଷଣ କରୁଥିଲେ l ପ୍ରାୟ ମାସେ ହେବ ପୁଅ ବହୁ ଏକ ମାମଲା ରେ ଜେଲ ରେ ଭର୍ତ୍ତି ହୋଇଛନ୍ତି l ଆର୍ଥିକ ଅନାଟନ ହେତୁ ପୁଅ ବୋହୂ ଙ୍କୁ ଜେଲ ରୁ ମୁକୁଳିତ କରି ପାରୁ ନାହାନ୍ତି l ବୃଦ୍ଧ ବାପା ମା ପୁଅବୋହୂ ଙ୍କ ଚିନ୍ତା ରେ ଭାଙ୍ଗି ପଡିଛନ୍ତି l ଦାନା ଗଣ୍ଡିଏ ଚିନ୍ତା ରେ ଦମ୍ପତି ବାର ଦୁଆର ହେଉଛନ୍ତି। ସ୍ୱାମୀ ର ସେବା ରେ ସ୍ତ୍ରୀ ଘରୁ କୁଆଡେ ଯାଇ ପାରୁନାହାନ୍ତି l ପରିସ୍ଥିତି ଯେଭଳି ହୋଇଛି ଯେ ଘରେ ଖାଇବାକୁ ଚାଉଳ ଗଣ୍ଡେ ବି ନାହିଁ l କେବେ କେହି ପାଖ ପଡୋଶୀ ଦୟା କଲେ କିଛି ଚାଉଳ ଦେଲେ ହେଲେ ରୋଷେଇ କରୁଛନ୍ତି କି କିଏ କେବେ ଭାତ ମୁଠିଏ ଦେଲେ ଖାଉଛନ୍ତି l ଯାହାକୁ ଦେଖିଲେ ତାଙ୍କୁ କିଛି ସାହାଯ୍ୟ କରିବା ପାଇଁ ନେହୁରା ହେଉଛନ୍ତି l ପୁଅ କୁ ଜେଲ ରୁ ମୁକୁଳାଇବାକୁ ସମ୍ପର୍କୀୟ ମାନଙ୍କୁ ନିବେଦନ କରୁଛନ୍ତି l ପରିସ୍ଥିତି ଯେଭଳି ହେଲା ଯେ ସ୍ୱାମୀ ର ଚିକିତ୍ସା ପାଇଁ ପ୍ରେମା ନିଜ ଖାଉଟି କାର୍ଡ କୁ ଅନ୍ୟତ୍ର ବନ୍ଧକ ପକାଇ ଚିକିତ୍ସା ପାଇଁ ନେଇଥିଲେ l ଏଭଳି ଅବସ୍ଥା ଜାଣି କିଛି ବଦାନ୍ୟ ବ୍ୟକ୍ତି କାର୍ଡ କୁ ମୁକୁଲାଇ ଦେଇଛନ୍ତିl ଯେବେ ଠାରୁ କାର୍ଡ ମୁକୁଳାଇ ଦିଆ ଯାଇଥିଲା ତେବେ ଠୁ ଆଜକୁ ପ୍ରାୟ ୩ ମାସ ହେବ ପଞ୍ଚାୟତ ରୁ ଚାଉଳ ବି ମିଳି ନାହିଁ l ସେଥିପାଇଁ ଚଳିବା କଷ୍ଟ ସାଧ୍ୟ ହୋଇଛି l ପୈତୃକ ସମ୍ପତ୍ତି ବୋଲି ତ କିଛି ନାହିଁ l ନାହିଁ କିଛି ଭୂ ସମ୍ପତ୍ତି କି ନାହିଁ କିଛି ସଂଚୟ l ସରକାରୀ ସହାୟତା କହିଲେ ଖାଉଟି କାର୍ଡ ରୁ ମୁଣ୍ଡ ପିଛା ୫ କେଜି ଚାଉଳ କି ବାର୍ଦ୍ଧକ୍ୟ ଭତ୍ତା ମାତ୍ର ୫ ଶହ ଟଙ୍କା l ଏତିକି ରୋଗଗ୍ରସ୍ତ ଅଭାବୀ ପରିବାର କୁ ସମୁଦ୍ର କୁ ଶଙ୍ଖେ ପାଣି ସଦୃଶ l ଏହି ଦୟନୀୟ ପରିସ୍ଥିତି ରେ ଦୀର୍ଘ ଦିନରୁ ବହୁ କଷ୍ଟରେ ଚଲୁଥିବା ବେଲେ ଆଉ କେତେ କଷ୍ଟ ଭୋଗୁଥିବେ ସେ ନେଇ ଝୁରି ଝୁରି ମରୁଛନ୍ତି l ସେବା କରି କରି ସ୍ତ୍ରୀ ପ୍ରେମା ମଧ୍ୟ ଜରାଜୀର୍ଣ୍ଣ ହୋଇ କଳା ପାଲଟି ଗଲେଣି l ତଥାପି ସ୍ୱାମୀ ସେବାରେ ସାବିତ୍ରୀ ଭଳି ସ୍ୱାମୀ ଙ୍କୁ ସେବା ଯୋଗାଉଛନ୍ତି l ଏପରି ସ୍ଥଳେ ସରକାର ପରିବାର ପ୍ରତି ସହାୟକ ହେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି l
ପୁଅ ବହୁ ଜେଲ ରେ, ଅସହାୟ ଅବସ୍ଥାରେ ବୃଦ୍ଧ ଦମ୍ପତି ,ପ୍ରଶାସନ ସହାୟତା ଦାବି।
