Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ,ଜନ ଜୀବନ ପ୍ରଭାବିତ।

କୋକସରା:୦୪/୦୧ ଆଜି କଳାହାଣ୍ଡି ଜିଲ୍ଲା ବିଜେପି ଦଳ ପକ୍ଷରୁ ଜିଲ୍ଲା ରେ ମଣ୍ଡି ରେ ଚାଷି ଙ୍କ ଧାନ କଟନୀ, ଚାଷି ଙ୍କ କପା ର ଅଭାବି ବିକ୍ରି, ସହରାଞ୍ଚଳ ରେ ବିଦ୍ୟୁତ ଦର ବୃଦ୍ଧି ଓ ମଦ କୁ ବିରୋଧ କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ଫଳରେ ସକାଳ ୬ ଘଣ୍ଟା ରୁ କୋକସରା ବ୍ଲକ କୋକସରା ଓ ମୋଟେର ଛକ ଠାରେ ଜାତୀୟ ରାଜପଥ ୨୬କୁ ବିଜେପି କର୍ମକର୍ତ୍ତା ମାନେ ଅବରୋଧ କରିଛନ୍ତି, ଫଳରେ ଭବାନୀପାଟଣା ରୁ ଜୟପାଟଣା,ଜୟପୁର ମଧ୍ୟରେ ଯାତାୟାତ ପ୍ରଭାବିତ ହୋଇଛି। ରାସ୍ତା ର ଦୁଇ ପାର୍ଶ୍ଵରେ ଶହ ଶହ ଗାଡିମୋଟର ଅଟକି ରହିଛି ଓ ଦୁର ସ୍ଥାନ କୁ ଯାତ୍ରା କରୁଥିବା ଯାତ୍ରୀ ମଧ୍ୟ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି।ବିଜେପି କର୍ମକର୍ତ୍ତା ମାନେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ ରେ ପହଞ୍ଚି ପିକେଟିଂ କରି ବନ୍ଦ କରିଛନ୍ତି।ବନ୍ଦ ପାଳନ ରେ ମୋଟେର ଛକ ଠାରେ ବରିଷ୍ଠ ବିଜେପି ନେତା ଜନାର୍ଦନ ପଣ୍ଡା, ମୋଟେର ମଣ୍ଡଳ ସଭାପତି ସ୍ୱୟଂବର ବାଗ, ମହିଳା ନାରିନେତ୍ରୀ କୁନ୍ତି ପାଳ, ପ୍ରତିମା ପୁଝାରି, ଯଶୋବନ୍ତ ପାଟଯୋଶୀ କୋକସରା ଠାରେ ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ, ମଣ୍ଡଳ ସମ୍ପାଦକ ତ୍ରିନାଥ ଶବର, ଜିଲ୍ଲା ସମ୍ପାଦକ ଗୋଦାବରୀଶ ପାତ୍ର, ମଣ୍ଡଳ ପ୍ରଭାରୀ ଗରୁଡ଼ ଧ୍ଵଜ ମାଝୀ, ଯୁବ ମୋର୍ଚ୍ଚା ପ୍ରଭାରୀ ବସନ୍ତ ନାଗ, ବ୍ଲକ କୃଷକ ମୋର୍ଚ୍ଚା ପ୍ରଭାରୀ ବିପିନ ବିହାରୀ ମହାରଣା, ସମ୍ପାଦକ ମନୋଜ ନାଏକ, ମଣ୍ଡଳ କାର୍ଯ୍ୟକାରୀ ସଦସ୍ୟ ନରେନ୍ଦ୍ର ପ୍ରଧାନୀ, ଜବାହରଲାଲ ପ୍ରଧାନୀ,ନବୀନ ପ୍ରଧାନୀ, ଧର୍ମାନନ୍ଦ ନେଗି, ଧର୍ମାନନ୍ଦ ପଟ୍ଟନାୟକ ଓ ଅନ୍ୟ କର୍ମକର୍ତ୍ତା ମାନେ ବନ୍ଦ ପାଳନ ରେ ସାମିଲ ରହିଛନ୍ତି।

More Stories