Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ମିଶ୍ରଣ ପର୍ଵ ରେ ମଞ୍ଚ ରେ ନାଚି ଧୂମ ମଚାଇଲେ ଜୁନାଗଡ଼ ବିଧାୟକ।

କୋକସରା:୦୫/୦୧
କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କାଲୋପଲା ଠାରେ ଅନୁଷ୍ଠିତ ବିଜେଡିର ମିଶ୍ରଣ ପର୍ବରେ ଦଲୀୟ କର୍ମୀଙ୍କୁ ଉତ୍ସାହିତ କରିବାକୁ ଯାଇ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମଞ୍ଚ ରେ ସମ୍ବଲପୁରୀ ଗୀତ ର ତାଳେ ତାଳେ ନାଚି ଧୂମ ମଚାଇ ଏବେ ବେଶ ଚର୍ଚ୍ଚାକୁ ଆସିଛନ୍ତି। ଗତକିଛି ତଳେ ତଳ ଜାରିଂ ରେ ଆୟୋଜିତ ଏକ ଦଲୀୟ କାର୍ଯ୍ୟକ୍ରମ ରେ ଅଟୋ ରିକ୍ସା ଚଳାଇ ସୋସିଆଲ ମିଡିଆ ରେ ଚର୍ଚ୍ଚା ର କୁ ଆସିଥିଲେ। ପୁଣି କାଲୋପଳା ରେ ମିଶ୍ରଣ ପର୍ଵ ନାଚି ଚର୍ଚ୍ଚା ସାଉଁଟିଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ ହୋଇଛି। ଗତ କିଛି ଦିନ ହେଲା ଲୋକଙ୍କ ମନ ଛୁଇଁ ଥିବା ସମ୍ବଲପୁରୀ ଗୀତ “ରସ ଜାମୁଡାଳି ରେ ” ଗୀତରେ ସେ କଳାକାରଙ୍କ ସହ ନାଚିଥିଲେ।ତାଙ୍କ ନାଚ ଦେଖି ଉପସ୍ଥିତ ଦଳୀୟ କର୍ମୀ ମାନେ ମଧ୍ୟ ନିଜକୁ ସମ୍ଭାଳି ନପାରି ମଞ୍ଚ ତଳେ ନାଚୁଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡିଶାର ସୁନାମଧନ୍ୟ ଗାୟକ ସର୍ବେଶ୍ୱର ଭୋଇ ଯୋଗଦେଇ ନିଜ ଗୀତରେ ଦଳୀୟ କର୍ମୀଙ୍କୁ ମତୁଆଲା କରିଥିଲେ। ଏହି ସମାରୋହ ରେ କଂଗ୍ରେସ ଓ ବିଜେପି ର ଅନେକ କର୍ମୀମାନେ ବିଜେଡି ଦଳ ରେ ସାମିଲ ହୋଇଥିଲେ।