Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାଲଗୁମା ଠାରେ ଲଙ୍କେଶ୍ୱରୀ କ୍ଲବ ଆନୁକୂଲ୍ୟରେ ଫୁଟବଲ ତୁର୍ଣ୍ଣାମେଣ୍ଟ ଆରମ୍ଭ।

କୋକସରା:୦୫/୦୧ କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଡାଲଗୁମା ଗ୍ରାମରେ ଲଙ୍କେଶ୍ଵରୀ ଯୁବକ ସଙ୍ଘ ଆନୁକୂଲ୍ୟରେ ୭ ଦିବସିୟ ଫୁଟବଲ ତୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ବଡଭଟା ଖେଳ ପଡିଆ ଠାରେ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଯୋଗିନ୍ଦ୍ର କୁମାର ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ କଂଗ୍ରେସ ନେତା ମହେନ୍ଦ୍ର କୁମାର ଧରୁଆ, ସମ୍ମାନିତ ଅତିଥି ଭାବେ ଗାଁ ଗୌନ୍ତିଆ ଅକ୍ଷୟ ଧରୁଆ,ପ୍ରଫୁଲ୍ଲ କୁମାର ଚଣ୍ଡୀ ପବିତ୍ର ନାଗ ଅମୋଜ ଧରୁଆ,ଦିଗାମ୍ବର ବେମାଲ,ଅକ୍ଷୟ ଧରୂଆ,ଚକ୍ରଧର ପୋଡ,ଚୈମନ ଖର୍ସେଲ,ନୀଳମଣି କଟା,ଡମ୍ବରୁ ଖର୍ସେଲ ପ୍ରମୁଖ ଉପସ୍ଥିତ ରହିଥିଲେ। ଉପସ୍ଥିତ ଅତିଥିମାନେ ଉଦଘାଟନୀ ଉତ୍ସଵ ର ଉଭୟ ଦଳ ର ଖେଳାଳି ଙ୍କ ସହ ପରିଚୟ ପର୍ବ ରେ ସାମିଲ ହୋଇ ଉତ୍ସାହିତ କରିଥିଲେ।ଉଦଘାଟନୀ ଫୁଟବଲ ମ୍ୟାଚ ବଗlଡ ଓ ମଣ୍ଡକ ଦଳ ମଧ୍ୟରେ ଅନୁଷ୍ଟିତ ହୋଇ ଥିବାବେଳେ ମଣ୍ଡଳ ଦଳ ୧/୦ ଗୋଲ ରେ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟ କୁ ପହଞ୍ଚିଛନ୍ତି।ଖେଳ ପରିଚାଳନା ରେଫରି ଚିତ୍ତରଞ୍ଜନ ଠାକୁର ଓ ସୌମ୍ୟ ରଞ୍ଜନ ଦାସ କରିଥିଲେ।ଫକିର ଶଗଡ଼ିଆ ଧାରା ବିବରଣୀ ପ୍ରଦାନ କରିଥିଲେ ।ଲଙ୍କେଶ୍ୱରୀ ଯୁବକ ସଙ୍ଘ ର ସଭାପତି ପବିତ୍ର ଧରୁଆ,ନିଲମଣି କଟା, ପ୍ରଫୁଲ୍ଲ ଚଣ୍ଡି, ମଦନ ନାଗ ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।

More Stories