କୋକସରା:୦୬/୦୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ଶନିବାର ଜୟପାଟଣା ଓ କୋକସରା ବ୍ଲକ ର ପ୍ରଧାନ ଶିକ୍ଷକଙ୍କ ନେଇ ପ୍ରି ମେଟ୍ରିକ ଛାତ୍ର ବୃତ୍ତି କର୍ମଶାଳା ବ୍ଲକ ସଭାଗୃହ ରେ ଜିଲ୍ଲା ପ୍ରଶାସନ ଓ ପିରାମଲ ଫାଉଣ୍ଡେସନ ମିଳିତ ଅନୁକୂଲ୍ୟରେ କୋକସରା ଏବଂ ଜୟପଟଣା ୨ ଟି ବ୍ଲକର ହାଇସ୍କୁଲର ସମସ୍ତ ପ୍ରଧାନ ଶିକ୍ଷକମାନଙ୍କୁ ନେଇ ପ୍ରି ମେଟ୍ରିକ ଛାତ୍ରବୃତ୍ତି ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ଏଥିରେ କୋକସରା ବ୍ଲକ ଶିକ୍ଷା ଅଧିକାରୀ ରସ୍ମିତା ନେତମ ଓ ଜୟପାଟଣା ବ୍ଲକ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା, ବ୍ଲକ ମଙ୍ଗଳ ଅଧିକାରୀ, ପିରାମଲ ଫାଉଣ୍ଡେସନ ର ପ୍ରୋଗ୍ରାମ ମ୍ୟାନେଜେର ବିକ୍ରମ କିଶୋର ରଣା, ଜିଲ୍ଲା ପ୍ରୋଗ୍ରାମ ସଂଯୋଜକ ମହେଶ୍ବର ମାଝୀ ,ଗାନ୍ଧୀ ଫେଲୋ ଓମ ପ୍ରକାଶ ପ୍ରମୁଖ ଯୋଗ ଦେଇଥିଲେ | ଏହି କର୍ମଶାଳା ରେ ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ସମ୍ପଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, କଳାହାଣ୍ଡି ତରଫରୁ ସରକାରୀ ପ୍ରି-ମେଟ୍ରିକ ଛାତ୍ରବୃତ୍ତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା | ପ୍ରି ମେଟ୍ରିକ ଛାତ୍ରବୃତ୍ତି କିପରି ସମସ୍ତ ଯୋଗ୍ୟ ଛାତ୍ର ଛାତ୍ରୀ ପାଇପାରିବେ ଏହା ସମସ୍ତଙ୍କର ଦାୟିତ୍ୱ ଅଟେ | ଛାତ୍ର ବୃତ୍ତି ର ଲାଭ ସବୁ ପିଲା ଙ୍କ ପାଖରେ ପହଞ୍ଚି ପାରିଲେ ଏହା କିପରି ସେମାନଙ୍କ ଆର୍ଥିକ ସ୍ଥିତି ଯୋଗୁଁ ପାଠପଢା ବାଧାପ୍ରାପ୍ତ ନ ହେବାରେ ସହାୟକ ହେବ ବିଇଓ ରଶ୍ମିତା ନେ ତ ମ କହିଥିଲେ।ବୋଲି ବୁଝାଇଥିଲେ। ଡ୍ରପ ଆଉଟ କିପରି ରୋକିବା ଏବଂ ଛାତ୍ରବୃତ୍ତି ର ସରକାରୀ ପୋର୍ଟାଲ ରେ ଥିବା ଅସୁବିଧା ଗୁଡିକ କିପରି ସୁଧାର କରାଯାଇ ପାରିବ,ପିରାମଲ ଫାଉଣ୍ଡେସନ ର ଏହି କାର୍ଯ୍ୟକ୍ରମ କୁ ପ୍ରସଂଶା କରି ଏହା ଛାତ୍ର ବୃତି ଉପରେ ପ୍ରଥମ କର୍ମଶାଳା ବୋଲି ଜୟପାଟଣା ବିଇଓ କହିଥିଲେ। କଳାହାଣ୍ଡି ଜିଲ୍ଲା ଓ ବିଭିନ୍ନ ବ୍ଲକ ର ଛାତ୍ର ବୃତ୍ତି ଜନିତ ଡାଟା ବିଷୟରେ ଅବଗତ କରାଇ କିପରି ଏହି ଛାତ୍ରବୃତ୍ତି ର ଶତକଡା ୧୦୦ ଭାଗ ପିଲା ମାନେ ପାଇ ପାରିବେ ଓ ବିଭିନ୍ନ ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରିଥିଲେ | ନବମ ଏବଂ ଦଶମ ଶ୍ରେଣୀରେ ଅଧ୍ୟୟନ ରତ ଅନୁସୂଚୀତ ଜନଜାତି,ଅନୁସୂଚିତ ଜାତି,ଅନ୍ୟାନ୍ୟ ପଛୁଆ ବର୍ଗ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ,ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ସରକାରଙ୍କ ସ୍ୱତନ୍ତ୍ର ଛାତ୍ରବୃତ୍ତି ବ୍ୟବସ୍ଥା ରହିଥିବା ନେଇ ସୂଚନା ଦେଇଥିଲେ।କର୍ମଶାଳା ରେ ୨ ବ୍ଲକ ର ଶତାଧିକ ପ୍ରଧାନ ଶିକ୍ଷକ ନିଜ ନିଜ ମତାମତ ପ୍ରଦାନ କରିଥିଲେ।
କୋକସରା ବ୍ଲକ ରେ ପ୍ରାକ ଛାତ୍ରବୃତି ତାଲିମ କର୍ମଶାଳା ଅନୁଷ୍ଠିତ।
