Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା କଳାହାଣ୍ଡି ଉତ୍ସବ ଗୁଡହାଣ୍ଡି ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କୋକସରା:୦୬/୦୧ କଳାହାଣ୍ଡି ର ଲୋକ ମହୋତ୍ସବ କଳାହାଣ୍ଡି ଉତ୍ସଵ ଅବସର ରେ କୋକସରା ବ୍ଲକ ସ୍ତରୀୟ ଗୁଡହାଣ୍ଡି ଉତ୍ସଵ ଆସନ୍ତା ୧୦/୧୧ ତାରିଖ ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଶନିବାର କୋକସରା ବଜାର ପଡ଼ିଆ ରେ କୋକସରା ବ୍ଲକ ବି ଏସ ଏସ ଓ ଦିପକ କୁମାର ବେହେରା ଙ୍କ ପରିଚାଳନା ଓ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ,କମିଟିର ଉପଦେଷ୍ଟା ଶ୍ରୀନିବାସ ପ୍ରଧାନୀ, ପୁରୁଷୋତ୍ତମ ଗୁପ୍ତା, ନବୀନ ନାଏକ, ବିନୋଦ ବିହାରୀ ରାଉତ,ଲକ୍ଷ୍ମୀ ନାରାୟଣ ପ୍ରଧାନୀ, ଅଧ୍ୟାପକ ଐରି ନାସନ ଚିନ୍ଦା, ସୁବ୍ରତ ବେହେରା ଉପସ୍ଥିତ ରହି ୨ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଉତ୍ସଵ ଉପରେ ଆଲୋଚନା କରିଥିଲେ। ଗୁଡହାଣ୍ଡି ମଞ୍ଚ କୁ ଆକର୍ଷଣୀୟ ଭାବେ ଦୁର୍ଗ ଓ ଘୁମୁରା ର ରୂପରେଖ ଦିଆଯାଇଛି।୧୦ ତାରିଖ ସକାଳେ ମଶାଲ ଯାତ୍ରା ସହ ଉଦଯାପନି ସମାରୋହ,ପ୍ରତିଦିନ ସନ୍ଧ୍ୟାରେ ଜିଲ୍ଲା ତଥା ରାଜ୍ୟର କଳାକାର ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଶିଷ୍ଟ ଅତିଥୀ ମାନେ ଯୋଗଦାନ କରିବେ। ଉତ୍ସଵ କମିଟି ପକ୍ଷରୁ ପରିଚାଳନା ପାଇଁ ବିଭିନ୍ନ କମିଟି କରାଯାଇ ଦାୟିତ୍ୱ ଦିଆଯାଇଛି। ବୈଠକରେ କମିଟିର ଆନନ୍ଦ କୁମାର ଗର୍ଗ,ତ୍ରିଭୁବନ ନାଏକ,ମହେନ୍ଦ୍ର ନେଗି, ସନତ ପ୍ରଧାନୀ, ସୁଶାନ୍ତ ବେହେରା, ପ୍ରମୋଦ ପ୍ରଧାନୀ,ମହେଶ ଗୁପ୍ତା,କ୍ଷୀରସିନ୍ଧୁ ନେଗି, ଲଲାଟେନ୍ଦୁ ପ୍ରଧାନୀ, ରବି ନାରାୟଣ ଦାସ, ସନ୍ତୋଷ ଦାସ, ଦୁଷ୍ମନ୍ତ ପାଟଯୋଶୀ, ବିଶ୍ୱନାଥ ପଟ୍ଟନାୟକ,ହୃଷିକେଶ ରାଉତ, ସୁନିଲ କୁମାର ପ୍ରଧାନୀ ଓ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

More Stories