Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ଲଙ୍କେଶ୍ୱରୀ କ୍ରିକେଟ ଚାମ୍ପିୟାନ ଟ୍ରଫି ଉଦଯାପିତ, ଡୁଡୁକାଠେଙ୍ଗା ଦଳ ଚାମ୍ପିୟାନ।

କୋକସରା,୮/୧:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ କେନ୍ଦୁଗୁଡା ଲିଟିଲ ଚାମ୍ପ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଦୀର୍ଘ୧୧ ଦିନ ଧରି ଚାଲିଥିବା ମାଁ ଲଙ୍କେଶ୍ୱରୀ ଚାମ୍ପିୟାନ ଟ୍ରଫିର ରବିବାର ଉଦଯାପିତ ହୋଇ ଯାଇଛି । ସ୍ଥାନୀୟ ଅଞ୍ଚଳରେ ଲୁକ୍କାୟିତ ଭାବେ ରହିଥିବା ଯୁବ ପ୍ରତିଭାକୁ ଆଗକୁ ନେବା ପାଇଁ ପ୍ରତିବର୍ଷ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ଚଳିତ ବର୍ଷ ୨୦ଟି କ୍ରିକେଟ ଟିମ ଏଥିରେ ସାମିଲ ହୋଇଥିଲେ | ଆଜି ଡୁଡୁକାଠେଙ୍ଗା ମାଁ ଠାକୁରାଣୀ କ୍ରିକେଟ କ୍ଲବ ଓ ଆମପାଣି ବୁଢାରଜା କ୍ରିକେଟ କ୍ଲବ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍ ଜିଣି ଡୁଡୁକାଠେଙ୍ଗା ଟିମ ନିର୍ଦ୍ଧାରିତ ୧୨ ଓଭରରେ ୯ ୱିକେଟ ହରାଇ ୯୫ ରନ ସଂଗ୍ରହ କରିଥିବା ବେଳେ ଆମପାଣି ବୁଢାରଜା କ୍ରିକେଟ କ୍ଲବ ଏହାର ପିଛା କରି ନିର୍ଦ୍ଧାରିତ ୧୨ ଓଭରରେ ସମସ୍ତ ୱିକେଟ ହରାଇ ୭୬ ରନ ସଂଗ୍ରହ କରିଥିଲେ । ମାଁ ଲଙ୍କେଶ୍ୱରୀ ଯୁବକ ସଂଘ ସଭାପତି ଆଦିତ୍ୟ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ, ମୂଖ୍ୟ ଅତିଥି ଭାବେ କାଉଡୋଳା ସରପଞ୍ଚ ଦେବୀସିଂ ତାଣ୍ଡି, ସମ୍ମାନିତ ଅତିଥି ଭାବେ ରଣଜିତ ଖମାରୀ, ହେମନ୍ତ ହଂସ, ଜୟରାମ ରାଉତ, ଗଣପତି ହଂସ, ଅର୍ଜୁନ ଭାଟି, ଆମପାଣି ପେକ୍ସ ସଂପାଦକ ବିକାଶ ପଣ୍ଡା, ୱାର୍ଡ ସଭ୍ୟ କେଦାର ନାଗ, ଭୀମସେନ ଭାଟି ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ଅମ୍ପିଆର ଭାବେ ଦେବାର୍ଚ୍ଚନ ନାଗ ଓ ପ୍ରଶାନ୍ତ ନାଏକ ପରିଚାଳନା କରିଥିବା ବେଳେ ପ୍ରସନ୍ନ କୁମାର ନାଏକ ଓ ମନୋଜ ସୁନା ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଚାମ୍ପିୟାନ ଡୁଡୁକାଠେଙ୍ଗା କ୍ରିକେଟ କ୍ଲବ ଓ ରନର୍ସଅପ୍ ଆମପାଣି କ୍ରିକେଟ କ୍ଲବକୁ ଟ୍ରଫି ସହ ପୁରସ୍କାର ରାଶି ଉପସ୍ଥିତ ଅତିଥି ମାନେ ପ୍ରଦାନ କରିଥିଲେ। ଲିଟିଲ ଚାମ୍ପ କ୍ରିକେଟ କ୍ଲବର ସଭାପତି ତ୍ରୀନାଥ ନାଗ, ସମ୍ପାଦକ ଅଜିତ ନାଏକ, ତ୍ରିଭୁବନ ହଂସ, ଟେମ୍ପୁ ନାଏକ, ବିନୟ ରାଉତ, ତିଲକ ରଞ୍ଜନ ନାଗଙ୍କ ସମେତ ସମସ୍ତ ସଦସ୍ୟ, ଗ୍ରାମବାସୀ ସହଯୋଗ କରିଥିଲେ । ବିଜୁ ଏକ୍ସପ୍ରେସ ୱେ କଡରେ ତଥା କାଉଡୋଳା, ମହିମା ଓ ଡୁଡୁକାଠେଙ୍ଗା ପଞ୍ଚାୟତ ମଧ୍ୟ ସ୍ଥଳରେ ଖେଳ ପଡିଆ ରହି ଥିବାରୁ ହଜାର ହଜାର ଦର୍ଶକ ଉପସ୍ଥିତ ରହିଥିଲେ ।

More Stories