Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରେଣୀ କୋଠରୀ ରେ ଟଲି ପଡିଲେ ଶିକ୍ଷକ, ଡାକ୍ତରଖାନାରେ ମୃତ୍ୟୁ।

କୋକସରା:୦୮/୦୧
ଜଣେ କର୍ମଠ ଓ ନିଷ୍ଠାପର ଶିକ୍ଷକ ଭାବେ ଶିକ୍ଷକ ମହଲ ରେ ପରିଚିତ ଥିବା ଜଣେ ଶିକ୍ଷକ ଶ୍ରେଣୀ କୋଠରୀ ରେ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଦାନ ସମୟରେ ହଠାତ ଅସୁସ୍ଥ ହୋଇ ପଡି ଗୁରୁତର ଅବସ୍ଥାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ହୃଦଘାତ ରେ ଶିକ୍ଷକ ଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି। ଶିକ୍ଷକ ଜଣକ ହେଉଛନ୍ତି ମୂଷାପାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କ୍ଷୀରୋଦ ପଣ୍ଡା।ଆଜି ସେ ସବୁଦିନ ଭଳି ସ୍କୁଲ ରେ ପହଞ୍ଚି ଶିକ୍ଷା ଦାନ ଦେଉଥିବା ବେଳେ ଏହି ଅଘଟଣ ଘଟିଛି। ମୃତକ ଶିକ୍ଷକ ଙ୍କ ଘର ହେଉଛି ମୂଷାପାଳି ଗ୍ରାମରେ ଗତକିଛି ଦିନ ତଳେ ଶିକ୍ଷକ ଙ୍କ ମା ଙ୍କ ମୃତ୍ୟୁ ହୋଇଥିବା ବେଳେ ଶିକ୍ଷକ ଙ୍କ ଅକାଳ ବିୟୋଗ ରେ ପରିବାର ଭାଙ୍ଗି ପଡିଛନ୍ତି। ଏବେ ଘରେ ସ୍ତ୍ରୀ ଓ ଏକମାତ୍ର ଝିଅ ରହିଥିବା ବେଳେ ସହକର୍ମୀ ଶିକ୍ଷକ ଙ୍କ ଅକାଳ ବିୟୋଗ ରେ ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ର ଅଧିକାରୀ,କର୍ମଚାରୀ,ଏକ୍ସ କେଡର ଶିକ୍ଷକ ସଂଘ ର କର୍ମକର୍ତ୍ତା ସମେତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପୋଲିସ ଶବ ହସ୍ତାନ୍ତର କରିଥିଲେ। ଗାଁ ରେ ଶବ ପହଞ୍ଚିବା ପରେ କାନ୍ଦ ବୋବାଳି ରେ ଗାଁ ଦାଣ୍ଡ ଫାଟି ପଡିଥିଲା। ପରେ ଗାଁ ମଶାଣି ରେ ପରିବାର ଲୋକେ ଆତ୍ମୀୟ ପରିଜନ ଶବ ସତ୍କ୍କାର କରିଥିଲେ।