ସଂକ୍ଷେପରେ ଆଜିର ଖବର : ତାରିଖ ୦୯/୦୧/୨୪, ମଙ୍ଗଳବାର


୧-ରାଜ୍ୟକୁ ପୁଣି ଫେରିଲାଣି ଶୀତ; ସକାଳୁ ଘନ କୁହୁଡ଼ି ଯୋଗୁଁ ଜୀବନଯାତ୍ରା ପ୍ରଭାବିତ।

୨-ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ,ଘରୋଇ ଓ ରାଜ୍ୟ ବାହାରର ଅଗ୍ରଣୀ ସରକାରୀ ଶିକ୍ଷାନୁଷ୍ଠାନ ସାମିଲ।

୩-ପୁରୀ: ପରିକ୍ରମା ମାର୍ଗ ଲୋକାର୍ପଣ ପ୍ରସ୍ତୁତି; ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର।

୪-ଆନ୍ଦୋଳନରୁ ଓହରିଲା ରାଜ୍ୟ ପରିବହନ ଶ୍ରମିକ ମହାସଂଘ: ରାଜ୍ୟ ସରକାରଙ୍କ ଆଲୋଚନା ପରେ ନିଷ୍ପତ୍ତି।

୫-ନିଯୁକ୍ତ ହେଲେ ୫୦୪ କନିଷ୍ଠ ଯନ୍ତ୍ରୀ। ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ସେବା କରନ୍ତୁ: ମୁଖ୍ୟମନ୍ତ୍ରୀ

୬-ଭୁବନେଶ୍ୱର:ନିଯୁକ୍ତି ହେବେ ୨୦୬୪ ହାଇସ୍କୁଲ ଶିକ୍ଷକ।

୭-ଆଜି ମାଲକାନଗିରି ବିମାନ ବନ୍ଦରର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।

୮-ଜାନୁଆରୀ ୧୨ରୁ ଜନତା ମଇଦାନରେ ଆରମ୍ଭ ହେବ ‘କୃଷି ଓଡ଼ିଶା- ୨୦୨୪’।

୯-ଆସନ୍ତା ୨୧ରୁ କଂଗ୍ରେସର ବସ୍ ଯାତ୍ରା । ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରି ୨ଟି ବସରେ ଯାତ୍ରା କରିବେ ୪୦ ନେତା।

୧୦-ପୁରୀ:ବଡ ଠାକୁରଙ୍କ ସାନିଧ୍ୟ ଲାଭ କଲେ ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ପଦ୍ମଶ୍ରୀ ଶଙ୍କର ମହାଦେବନ୍।

୧୧-ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଅଘଟଣ : ହୋଟେଲରେ ଖାଇବା ଖରାପ କହିବାରୁ ଯାତ୍ରୀଙ୍କୁ ରଡ୍‌ରେ ପିଟି କଲେ ଲହୁ ଲୁହାଣ।

୧୨-ବିଜେଡି ଛାଡିଲେ ବଳଭଦ୍ର ମାଝୀ, ଦଳରେ ଅବହେଳା ଅଭିଯୋଗ ଆଣି ଇସ୍ତଫା ଦେଲେ।

୧୩-ରାଜ୍ୟର ବାୟୁ ପ୍ରଦୂଷଣର ସାଂଘାତିକ ସ୍ଥିତି; ଦିଲ୍ଲୀକୁ ଟପିଲା ଅନୁଗୁଳ।

୧୪-ଭିଜିଲାନ୍ସ ଜାଲରେ ଜୟପୁର ASI,୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ।

୧୫-ମାହାଙ୍ଗାରୁ କଟିବ କି ପ୍ରତାପଙ୍କ ଟିକେଟ ? ଶୋଭନ କରଙ୍କୁ ନେଇ ବଢ଼ିଲାଣି ଚର୍ଚ୍ଚା !

୧୬-ଓଡିଶାର ଭାତ ହାଣ୍ଡି ବରଗଡରେ ବିଚିତ୍ର ବ୍ୟବସ୍ଥା । ଧାନ ଧରି ଦିନ ଦିନ ମଣ୍ଡି ଆଗରେ ପଡି ରହିଛି ଚାଷୀ, ହେଲେ ଚାଲିଛି ମିଲର-ଦଲାଲ ମଧୁ ଚନ୍ଦ୍ରିକା।

୧୭-ହାଇଟେକ୍ ଟ୍ରାଜେଡି; ତାତିଲା ଛାତ୍ର କଂଗ୍ରେସ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରକୁ କଲା ଅଣ୍ଡାମାଡ଼।

୧୮-ଓଡ଼ିଶାର OCCLରେ ସରକାରୀ ଚାକିରି; ଚୟନ ହେଲେ ମାସକୁ ଦରମା ୩୫ ହଜାର।

୧୯-ବିବାହ କରିବେ ଦକ୍ଷିଣଭାରତ ସିନେମାର ହିଟ୍ ଯୋଡି ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା, ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଉଭୟଙ୍କ ହୋଇପାରେ ନିର୍ବନ୍ଧ।

୨୦-ତେଜୁଛି ଲାକ୍ଷାଦ୍ୱୀପ ବନାମ ମାଳଦ୍ୱୀପ ବିବାଦ । ସମନ ପରେ ନୂଆଦିଲ୍ଲୀରେ ମାଳଦ୍ୱୀପ ରାଷ୍ଟ୍ରଦୂତ ହାଜର, ମୋଦୀ ବିରୋଧୀ ମନ୍ତବ୍ୟ ପରେ ବଢ଼ୁଛି ବୟକଟ୍ ମାଳଦ୍ୱୀପ ଟ୍ରେଣ୍ଡ।

୨୧-ଭାରତ ଆମର ଅତି ଘନିଷ୍ଠ ବନ୍ଧୁ, ଆମକୁ ସହଯୋଗ କରିଛି: ନିର୍ବାଚନ ଜିତିବା ପରେ କହିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା।