Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ ତରଫରୁ ବିଧାନସଭା ଶିକ୍ଷା କମିଟି ଅଧ୍ୟକ୍ଷ ଙ୍କୁ ସ୍ମାରକ ପାତ୍ର ପ୍ରଦାନ :

୧/୬/୨୦୦୮ପରବର୍ତ୍ତୀ ଅଧ୍ୟାପକ କର୍ମଚାରୀ ଙ୍କୁ ଅନୁଦାନ, ଡାଟା ଏଣ୍ଟ୍ରି ଅପରେଟର ମାନଙ୍କ ଚାକିରୀ ନିୟମିତ କରି ଦରମା ପ୍ରଦାନ, ବ୍ଲକ ଗ୍ରାଣ୍ଟ ପାଉଥିବା ୪୮୮ଓ ୬୬୨ ବର୍ଗ କଲେଜ ଅଧ୍ୟାପକ କର୍ମଚାରୀ ମାନଙ୍କୁ ଚାକିରୀ ସର୍ତ୍ତାବଳି ସହ ସପ୍ତମ ବେତନ, ଅଧ୍ୟାପକ ଙ୍କ ପ୍ରାରମ୍ଭିକ ବେତନ ୧୨ସ୍ତର (ଗ୍ରେଡ଼ ପେ ୫୪୦୦) ଓ ପି.ଜି.ଟି ଙ୍କ ପ୍ରାରମ୍ଭିକ ବେତନ ୧୧ ସ୍ତର (ଗ୍ରେଡ଼ ପେ ୪୮୦୦) କରି ସରକାରୀ ତତୁଲ୍ୟ କରିବା, ଅବସର କାଳୀନ ସୁବିଧା ଓ ପ୍ରାପ୍ୟ ସରକାରୀ ତତୁଲ୍ୟ କରି ଗ୍ରାଚୁଇଟି ୧୫ ଲକ୍ଷ ଟଙ୍କା କୁ ବୃଦ୍ଧି କରିବା,୧.୪.୮୯ ପରେ ନିଯୁକ୍ତ ଅଧ୍ୟାପକ କର୍ମଚାରୀ ଙ୍କ ପାଇଁ ବନ୍ଦ ହୋଇଥିବା ୟୁ. ଜି. ସି ଦରମା ର ସମ୍ପ୍ରସାରଣ କରିବା, ପୂର୍ବରୁ ବାଦ ପଡ଼ିଥିବା ଯୋଗ୍ୟ ଅଧ୍ୟାପକ କର୍ମଚାରୀ ମାନଙ୍କୁ ଅନୁଦାନ, କଲେଜ ମାନଙ୍କରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଆଦି ପ୍ରମୁଖ ଦାବିରେ ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ ପକ୍ଷରୁ ଜାନୁଆରୀ, ୦୯ ୨୦୨୪ ତାରିଖରେ ବିଧାନସଭା ଶିକ୍ଷା ସ୍ଥାୟୀ କମିଟୀ ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭୂପିନ୍ଦର ସିଂହ ଙ୍କୁ ଏକ ପ୍ରତିନିଧି ଦଳ ତାଙ୍କ ଭୁବନେଶ୍ୱର ବାସଭବନ ରେ ସାକ୍ଷାତ ଆଲୋଚନା କରି ସ୍ମାରକପତ୍ର ପ୍ରଦାନପୁର୍ବକ ବିଶେଷ ପଦକ୍ଷେପ ନେବା ସକାଶେ ଅନୁରୋଧ କରିଥୁଲେ l ଶ୍ରୀଯୁକ୍ତ ସିଂହ ଯୁକ୍ତିଯୁକ୍ତ ଦାବୀ ସମୁହ ର ପରିପୂରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥୁଲେ l ରାଜ୍ୟ ସାଧାରଣ ସମ୍ପାଦକ ଡଃ. ଦୁଷ୍ମନ୍ତ ନାୟକ ଙ୍କ ନେତୃତ୍ୱ ରେ ଏହି ପ୍ରତିନିଧି ଦଳରେ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଫେସର ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ, ଯୁଗ୍ମ ସମ୍ପାଦକ ବୃନ୍ଦ ଡଃ ଅଶ୍ୱିନୀ ସୁପକାର, ଡଃ ବାସନ୍ତୀ ଦାସ ଓ ପ୍ରଫେସର ବୃନ୍ଦାବନ ମହାପାତ୍ର ସାମିଲ ଥୁଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ