Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୋକାରିଚଞ୍ଚରା ରେ ଡୋକାରୀ ଦେବୀ ଙ୍କ ମଣ୍ଡେଇ ଯାତ୍ରା ପାଳନ।

କୋକସରା୧୦/୦୧
ବଣ ପାହାଡ଼ ଘେରା ସବୁଜିମା ପୂର୍ଣ୍ଣ ବନାନୀ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକାରିଚଞ୍ଚରା ଅବସ୍ଥିତ।ମଙ୍ଗଳବାର ଗୁଡହାଣ୍ଡି ଉନ୍ନୟନ କମିଟି ର ଆୟୋଜନ ରେ ଡୋକାରୀ ଦେବୀ ଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ରୀତିନୀତି ଅନୁଯାୟୀ ପାଳନ କରାଯାଇଛି ।କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଡୋକରୀ ଦେବୀ ଙ୍କ ନାମରେ ନାମିତ ଡୋକରିଚଞ୍ଚରା ପର୍ଯ୍ୟଟନ ସ୍ଥଳୀ ର ଆରାଧ୍ୟ ଦେବୀ ମା ଡୋକରି ଓ ପାର୍ଶ୍ୱ ଦେବୀ ଙ୍କ ମଣ୍ଡେଇ ଯାତ୍ରା ପାଇଁ ଉତ୍ସଵ ମୁଖର ହୋଇ ପଡ଼ିଥିଲା ପର୍ଯ୍ୟଟନ ସ୍ଥଳୀ। ସୋମବାର ଅପରାହ୍ନ ରେ ଅଧିବାସ ସହ ମଙ୍ଗଳବାର ସକାଳୁ ଡୋକରୀ ଦେବୀ ଙ୍କ ପୀଠ ରେ ପୁଜକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ଡୋକରୀ ଦେବୀ ଓ ବସ୍ତରେନ ମାଉଳି, ପାଟଦାୟିନୀ, ଠାକୁରାଣୀ ଓ ଦଣ୍ଡପାଟିଆଣି,ପାର୍ଶ୍ୱ ଦେବୀ ମାନେ ଲାଠିକୁର୍ସି ସହ ଡୋକରି ଦେବି ଙ୍କ ପୀଠ କୁ ପହଞ୍ଚିବା ପରେ ସମସ୍ତେ ଦେବାଦେବୀ ଙ୍କୁ ପୂଜକ ସୁକଚନ ପୁଝାରି, ରତନ ପୁଝାରି, ଚିତ୍ରସେନ ମାଝୀ ପୂଜାର୍ଚ୍ଚନା ପରେ ଶିରା ଙ୍କ ଦେହରେ କାଲିସି ବିରାଜମାନ ହୋଇଥିଲେ। ପରେ ଦେବାଦେବୀ ଙ୍କ ଲାଠିକୁର୍ସି ସହ କାଲିସି ମାନେ ମଣ୍ଡେଇ ହାଟ ପରିକ୍ରମା କରିବା ପରେ ଦେବୀ ଙ୍କ ପୀଠ ରେ ମାନସିକଧାରୀ ମାନେ ଶୁକ୍ଲଭୋଗ ସହ ବୋଦା କୁକୁଡ଼ା ପାରା ବଳି ଦେଇଥିଲେ। ମଣ୍ଡେଇ ଯାତ୍ରା କାର୍ଯ୍ୟକ୍ରମ ରେ ଗୁଡାହାଣ୍ଡି ଉନ୍ନୟନ କମିଟି ର ସଭାପତି ଭଦ୍ରଶ୍ବର ପାତ୍ର,,ସାଧାରଣ ସମ୍ପାଦକ ସୁଧୀର ପାତ୍ର,,ଉପ ସଭାପତି ଘନଶ୍ୟାମ ନାଏକ, ଅଜିତ କୁମାର ପଟ୍ଟନାୟକ,ସହ ସମ୍ପାଦକ ମଧୁବନ ପାତ୍ର, କାର୍ଯ୍ୟକାରି ସମ୍ପାଦକ ନିଳାମ୍ବର ନାଏକ,ଚକାଡୋଳା ପାତ୍ର,ଯତୀନ ମାଝୀ,ଦୁଷ୍ମନ୍ତ ପାଟଯୋଶୀ ଓ ଅନ୍ୟାନ୍ୟ ସଦସ୍ୟ ଖଲିଗଡ଼, ମହିମା ଓ ଟେମରା ଗ୍ରାମବାସୀ ମାନେ ଉପସ୍ଥିତ ରହି ମଣ୍ଡେଇ ଯାତ୍ରା ପରିଚାଳନା ରେ ସହଯୋଗ କରିଥିଲେ।

More Stories