Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରିଷିଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୨୩ ତମ ବାର୍ଷିକ ଉତ୍ସବ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୨୩ ତମ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଥିଲା।ଏଥିରେ ପରିଚାଳନା କମିଟିର ସଭାପତି ନୈମିଚାନ୍ଦ ଜୈନ ଙ୍କ ସଭାପତି ତ୍ୱ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା,ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ,ମୁଖ୍ୟ ବକ୍ତା ଭାବେ କେସିଙ୍ଗା ସଂକୁଳ ପ୍ରମୁଖ ଅଧ୍ୟାପକ ମୋହନ ପୁଟେଲ ପ୍ରମୁଖ ଯୋଗ ଦେଇ ଛାତ୍ରୀ ଛାତ୍ର ମାନଙ୍କୁ ଉତ୍ତମ ମଣିଷ ଓ ଦେଶ ପ୍ରେମୀ ହେବା ଉପରେ ପରାମର୍ଶ ଦେଇଥିଲେ। ସମ୍ପାଦକ ହୃଷିକେଶ ସାହୁ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ଦେଇଥିବା ବେଳେ କୋଷାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ଆଚାର୍ଯ୍ୟ ଅରକ୍ଷିତ ନାଗ ସଭା ପରିଚାଳନା ଓ ଆଚାର୍ଯ୍ୟ ବାସୁଦେବ ସେଲମା ପୁରସ୍କାର ବିତରଣ ସଭା ସଂଯୋଜନା କରିଥିଲେ।ସଭା ରେ ପ୍ରଧାନ ଆଚାର୍ଯ୍ୟ ମହେନ୍ଦ୍ର କୁମାର ବାରିକ ବିବରଣୀ ପଠନ କରିଥିଲେ। ପରେ ପରେ ଭଉଣୀ ଭାଇ ମାନଙ୍କ ଦ୍ଵାରା ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କ ମନ ମୋହିଥିଲା।ଏଥିରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଗୁରୁମା ଗୁରୁଜୀ, ପରିଚାଳନା କମିଟିର ସଭ୍ୟା/ସଭ୍ୟ ,ଛାତ୍ରୀ ଛାତ୍ର ମାନେ ସହଯୋଗ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ