Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରିଂଜା ଠାରେ ଅର୍ପଣ ରଥ ପରିକ୍ରମା କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ରିଂଜା ପଞ୍ଚାୟତ ର ବିଭିନ୍ନ ଗାଁ ରେ ଗୁରୁବାର ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ନିମନ୍ତେ ଅର୍ପଣ ରଥ ଘର ଘର ବୁଲି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଛି।ଏହି ଅବସରରେ ବ୍ଲକ ର ରିଂଜା ଗ୍ରାମ ପଞ୍ଚାୟତ କାର୍ଯଳୟ ଠାରେ ସ୍ଥାନୀୟ ସରପଞ୍ଚ ପଂଚନାନ ବାଗ, ଗ୍ରାମ ରୋଜଗାର ସେବକ ଶିବ କୁମାର ଭୋଇ, ଯୋଗାଣ ସହାୟକ ଫକୀର ବାଗ,ଗାଁ କମିଟି ସଭାପତି ରାତ୍ର ସାହୁ,ବିରେନ୍ଦ୍ର ସାହୁ,ନିତୁ ସାହୁ,ହେରାମ୍ବ ସାହୁ, ପର୍ଶୁ ସାହୁ,ବିର ସାହୁ,ପାର୍ଥ ସାହୁ,ବଳରାମ ସାହୁ ପିଇଓ ପରମାନନ୍ଦ ମାଝୀ, ଭୋଳା ମାଝୀ ପ୍ରମୁଖ ଉପସ୍ଥିତ ରହି ରଥ ପରିକ୍ରମା ର ଶୁଭାରମ୍ଭ କରିଥିଲେ। ପରେ ପରେ ରଥ ଏହି ପଞ୍ଚାୟତ ର ରେଙ୍ଗାଲି, ଦେଓଗାଁ, ଟକରୁମାଲ, ରିଂଜା ସମେତ ବିଭିନ୍ନ ପଡା କୁ ବୁଲିଥିଲା।ତେବେ ବିଶେଷ ଭାବେ ବିଭିନ୍ନ ଗାଁରେ ମହିଳାମାନେ ନିଜ ନିଜର ଘର ଅଗଣା ରେ ଝୋଟି ପକେଇ କଳସ ସ୍ଥାପନ କରି ରଥ କୁ ପୂଜାର୍ଚ୍ଚନା କରିବା ସହ ଅରୁଆ ଚାଉଳ ଓ ଗୁଆ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ