Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଫାଇନ କଳାହାଣ୍ଡି ସଙ୍ଗଠକ ମଧୁ ମହାନ୍ତି ଙ୍କ ରୋଡ଼ସୋ,କଳାହାଣ୍ଡି ର ବିକାଶ ଲକ୍ଷ୍ୟ ନେଇ ଜାରି ରହିବ ସଂଘର୍ଷ।

କୋକସରା:୧୨/୦୧
କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀର ମ.ରାମପୁର ଠାରେ ଡିଫାଇନ କଳାହାଣ୍ଡି ସଙ୍ଗଠନ ର ଯୁବ ନେତା ତଥା ସମାଜସେବୀ ମଧୁ ମହାନ୍ତି ଙ୍କ ନେତୃତ୍ବରେ ବହୁ ସଂଖ୍ୟା ରେ ମହିଳା ଓ ପୁରୁଷ ଙ୍କୁ ନେଇ ଏକ ବିଶାଳ ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ପ୍ରଥମେ ସ୍ଥାନୀୟ ହାଇସ୍କୁଲ ଛକ ଠାରୁ ବିଶାଳ ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲା।ପରେ ଚାରିଛକ ଠାରେ ଏକ ସଭା ଆୟୋଜନ ହୋଇଥିଲା। ଆୟୋଜିତ ସଭା ରେ ଯୁବ ନେତା ମଧୁ ମହାନ୍ତି ଆଗକୁ କଳାହାଣ୍ଡି ର ବିକାଶ କିଭଳି ହେବ ତା ଉପରେ ଆଲୋକପାତ କରିଥିଲେ। ତାଙ୍କୁ ଜନସାଧାରଣ ସହଯୋଗ ର ହାତ ବଢେ଼ଇବା ପାଇଁ ସମସ୍ତ ଙ୍କୁ ନିବେଦନ କରିଥିଲେ।କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ନେତା ଜୟନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ହଜାରରୁ ଉର୍ଦ୍ଧ୍ଵ ମହିଳା ପୁରୁଷ ଯୋଗ ଦେଇଥିଲେ।

More Stories