ବିଜୁ ଏକ୍ସପ୍ରେସ ୱେ ରେ ପିକ ଅପ ଧକ୍କା ରେ ମାଛ ବିକାଳୀ ଗୁରୁତର।

କୋକସରା:୧୪/୦୧ କଳାହାଣ୍ଡି ଜିଲ୍ଲା ଆମପାଣି ଠାରୁ ଧର୍ମଗଡ଼ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ କୋକସରା ବ୍ଲକ ତାଲାଗା ନିକଟରେ ରବିବାର ମଧ୍ୟାହ୍ନ ରେ ଏକ ପିକଅପ ଗାଡି ଧକ୍କା ରେ ଟିଭିଏସ ମୋପେଡ ଗାଡି ରେ ମାଛ ବିକ୍ରୀ କରିବାକୁ ଆସିଥିବା କୋକସରା ବ୍ଲକ ମାଝୀଗୁଡା ଗ୍ରାମର ସିଧୁ ଚଣ୍ଡି(୫୫) ବାଇକ ରୁ ଛିଟିକି ପଡି ଗୁରୁତର ଭାବେ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଦୁର୍ଘଟଣା ସମ୍ପର୍କରେ ଆମପାଣି ଥାନା ଖବର ଦେବାପରେ ପୋଲିସ ଆସି ଗୁରୁତର ଙ୍କୁ ପୋଲିସ ଗାଡି ରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଙ୍କ ପରାମର୍ଶ କ୍ରମେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ରେଫର କରିଥିବା ବେଳେ ୧୦୮ ଆମ୍ବୁଲାନ୍ସ ଉପଲବ୍ଧ ନଥିବା କାରଣରୁ ପରିବାର ଲୋକେ ଅନ୍ୟ ଏକ ଗାଡି ରେ ଭବାନୀପାଟଣା ନେଇଥିବା ଜଣାପଡିଛି। ଦୁର୍ଘଟଣା ଘଟାଇଥିବା ପିକ ଅପ ଗାଡି କୁ ଆମପାଣି ପୋଲିସ ଜବତ କରି ଅଟକ ରଖିଥିବା ଜଣାପଡିଛି।