Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ମାଉଳି କ୍ରିକେଟ ଟୁର୍ନାମେଣ୍ଟ,ଫାଇନାଲରେ ଚିଲଡଙ୍ଗରି ଦଳ ଚମ୍ପିୟାନ l

କୋକସରା:୧୪/୦୧ କୋକସରା ବ୍ଲକ ମୂଷାପାଲି ଖେଳ ପଡିଆ ଠାରେ ମାଁ ମାଉଲି କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି l ଏହି ଫାଇନାଲ ଖେଳରେ ମୁଖ୍ୟଅତିଥି ଭାବରେ ଧର୍ମଗଡ ବିଧାୟକ ମୋୖଷଧି ବାଗ ଯୋଗଦେଇଥିବାବେଳେ, ସମ୍ମାନିତ ଅତିଥି ଭାବରେ ରବିଜେପି ବରିଷ୍ଠ ନେତା ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଏକଜ୍ୟୁକେଟିଭ ମେମ୍ବର ଜନାର୍ଦନ ପଣ୍ଡା, ଧର୍ମଗଡ ଏନଏସି ଉପାଧକ୍ଷ୍ୟା ମନୀଷା ମିଶ୍ର, ମୂଷାପାଲି ସମିତି ସଭ୍ୟା ଅଞ୍ଜନା ଦୁର୍ଗା ,ସମାଜସେବୀ ବିବେକ ମିଶ୍ର,ବିଶିଷ୍ଠ କବି ଅଲେଖ ଚନ୍ଦ୍ର ଗୋପାଳ, ପ୍ରମୁଖ ଯୋଗଦେଇଥିଲେ lଏହି ଅବସର ରେ ଦିବଙ୍ଗତ ସମାଜସେବୀ ସ୍ୱର୍ଗତ ହରଦୁ ଗୋପାଳ ଓ ଶିକ୍ଷାବିତ କ୍ଷୀରୋଦ କୁମାର ପଣ୍ଡା ଙ୍କ ସ୍ମୃତି ଉଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା l ଏହି ଖେଳରେ ଗହନାମୁଣ୍ଡା ଓ ଚିଲଡଙ୍ଗରି ମଧ୍ୟରେ ଚିତାକର୍ଷକ ମ୍ୟାଚ ହୋଇଥିଲା, ଏଥିରେ ଚିଲଡଙ୍ଗରି ଟିମ ସୁନ୍ଦର ଖେଳ ପ୍ରଦର୍ଶନ କରି ବିଜୟଲାଭ କରିଥିଲା l ମଞ୍ଚ ପରିଚାଳନା ଅଭୟ ନାଏକ କରିଥିବାବେଳେ ଖେଳ ପରିଚାଳନା ଭିକାରୀ ଦୁର୍ଗା ଓ ଛବିଲାଲ ନାଏକ କରିଥିଲେ l ସଭାପତି ଦିଗାମ୍ବର ନାଗ, ଭିକାରୀ ଦୁର୍ଗା, ରମେଶ ନାଗଙ୍କ ନେତୃତ୍ୱରେ କମିଟିର ଓମ ପ୍ରକାଶ ଗୋପାଳ, ରାଜୁ ଗୋପାଳ, ଅକ୍ଷୟ ଗୋପାଳ, ଆକାଶ ନାଏକ, ରାକେଶ ଗୋପାଳ, ପ୍ରହ୍ଲାଦ ଗୋପାଳ, କୁନୁ ରାଉତ, ମନୋଜ ରାଉତ,ଗୁପ୍ତେଶ୍ୱର ନାଗ, ପପୁନ ନାଗ ପ୍ରମୁଖ ସହଯୋଗ କରିଥିଲେ l ଖେଳ ପଡିଆରେ ଭରପୁର ଦର୍ଶକ ଉପସ୍ଥିତ ରହି ଫାଇନାଲ ଖେଳଟିକୁ ଉପଭୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories