ସଂକ୍ଷେପରେ ଆଜିର ଖବର : ତାରିଖ ୧୫/୦୧/୨୪, ସୋମବାର


୧-ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ,ଜାନୁଆରୀ ୧୭କୁ ସରକାରୀ ଛୁଟି ଘୋଷଣା । ଛୁଟି ଘୋଷଣା କଲେ ରାଜ୍ୟ ସରକାର ।

୨-ଦୁଲୁକିଲାଣି ଶ୍ରୀକ୍ଷେତ୍ର, ମନ୍ତ୍ରଧ୍ୱନୀରେ କମ୍ପିଲାଣି ଶ୍ରୀମନ୍ଦିର ଚତୁପାର୍ଶ୍ୱ।ଆଜି ହେବ ବେଦ ପାଠ, ମହାଯଜ୍ଞ।

୩-ଆଜି ମକର, ଚଳଚଞ୍ଚଳ ଗାଁଠୁ ସହର, ବିଭିନ୍ନ ମଠ ମନ୍ଦିରରେ ପାଳନ କରାଯିବ।

୪-ରାଜ୍ୟରେ ଶୀତର ପ୍ରକୋପ ବଢୁଛି,୧୦ ଡିଗ୍ରୀ ତଳେ ୧୦ ସହର।

୫-ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ପରିବେଶ । ଅଟ୍ରିର ହଟକେଶ୍ୱର ଦେବଙ୍କ ପୀଠରେ ଲାଗିଲାଣି ଭିଡ।

୬-ରାଜ୍ୟ ସରକାରଙ୍କୁ ଆଇନା ଦେଖାଇଲେ ରାଜ୍ୟପାଳ; କହିଲେ, ରାଜ୍ୟରେ ଠିକ୍‌ ଭାବେ ହୋଇନି ଜଳସେଚନ ବ୍ୟବସ୍ଥା।

୭-ଭିଜିଲାନ୍ସ ଏସପି ପରିଚୟ ଦେଇ ଠକୁଥିଲେ, ଅଭିଯୁକ୍ତ ମନୋଜ କୁମାର ମାଝୀକୁ ବାନ୍ଧିଲା କମିଶନରେଟ୍ ପୋଲିସ୍।

୮-ପୁଣି ଶୁଭିବ ଗୁରୁଗର୍ଜନ; ଆସନ୍ତା ୨୯ରୁ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ।

୯-କଟକ:ବିନା ଟ୍ରେନିଂରେ ଏଭରେଷ୍ଟ ଚଢିଲେ ଓଡ଼ିଆ ମହିଳା ମମତା ରାଉତ।

୧୦-ନବରଙ୍ଗପୁର:ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର,୫ଲକ୍ଷ ଟଙ୍କା ମୁଲଚାଲ ବେଳେ ୩ ଅଭିଯୁକ୍ତଙ୍କୁ ମାଡିବସିଲା ବନବିଭାଗ।

୧୧-ଭୁବନେଶ୍ୱର:୨୧ରେ ତୃତୀୟ ପଥୋତ୍ସବ,କମ୍ପିବ କଳାଭୂମିରୁ ମଧୂସୁଦନ ପାର୍କ ରାସ୍ତା।

୧୨-ପାରଳାଖେମୁଣ୍ଡି ରେ ଧୁମ୍ ଧାମରେ ପାଳିତ ହେଲା ପଙ୍ଗଲ୍ ପର୍ବ।

୧୩-ବେଙ୍ଗାଳୁରୁରେ ଓଡିଆ ଝିଅଙ୍କୁ ବିଭତ୍ସ ହତ୍ୟା,ସାବତ ବାପା ଝିଅର ଜୀବନ ନେଇଥିବା ଅଭିଯୋଗ।

୧୪-ଆଜିଠୁ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା,ଏହା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଯାତ୍ରା ।

୧୫-ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ,୯ ଦିନ ଧରି ବନ୍ଦ ରହିଥିଲା।

୧୬-ନୂଆପଡ଼ା: ବସ୍ – ସ୍କର୍ପିଓ ମୁହାଁମୁହିଁ ଧକ୍କା,୧୨ ଯାତ୍ରୀ ଆହତ।

୧୭-ସଂସଦ ସୁରକ୍ଷା ଉଲ୍ଲଙ୍ଘନ ମାମଲା – ୬ ଅଭିଯୁକ୍ତଙ୍କୁ ହାଜତକୁ ପଠାଇଲେ କୋର୍ଟ।

୧୮-ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା କଂଗ୍ରେସର ଭାରତ ଯୋଡ଼ ନ୍ୟାୟଯାତ୍ରା: ମଣିପୁରରୁ ମୁମ୍ବାଇ, ୬ହଜାର କିଲୋମିଟରରୁ ଅଧିକ ଯାତ୍ରା କରିବେ ରାହୁଲ।

୧୯-ମୋଦୀଙ୍କ ପରୀକ୍ଷା ପେ’ ଚର୍ଚ୍ଚା – ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ।

୨୦-ଜୟସ୍ଵାଲ ଓ ଶିବମଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଆଫଗାନିସ୍ତାନ ବିପକ୍ଷରେ ଭାରତର ସିରିଜ୍ ବିଜୟ।

୨୧-ଭାରତର ଅଟୋମୋବାଇଲ୍ ରପ୍ତାନୀ ୨୧ ପ୍ରତିଶତ ହ୍ରାସ: SIAM ରିପୋର୍ଟ