Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିମାନରେ ମଦ ପିଇ ଖୋଲୁଥିଲେ ଏମର୍ଜେନ୍ସି ଦ୍ୱାର; ଗିରଫ ହେ‌ଲେ 

ନୂଆଦିଲ୍ଲୀ: ମଝି ଆକାଶରେ ଇଣ୍ଡିଗୋ ବିମାନରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ବିମାନର ଜରୁରୀକାଳୀନ ଦ୍ବାର ଖୋଲିବାକୁ ଚେଷ୍ଟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ବ୍ୟକ୍ତି ଜଣକ ନିଶାସକ୍ତ ଅବସ୍ଥାରେ ଏଭଳି କାମ କରିଥିବା ଜଣାପଡ଼ିଛି। ସେ ଦିଲ୍ଲୀ-ବେଙ୍ଗାଲୁରୁ ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିଲେ।

ପ୍ରକାଶ ଥାଉକି, ଶୁକ୍ରବାର ସକାଳ ପ୍ରାୟ ୭.୫୬ ସମୟରେ ଏହି ଘଟଣା ଘଟିଥିଲା। ବିମାନ ସେବା କହିଛି ଯେ ଯାତ୍ରୀ ଜଣକ ନିଶାସକ୍ତ ଅବସ୍ଥାରେ ଜରୁରୀକାଳୀନ ଦ୍ବାର ଖୋଲିବାକୁ ଚେଷ୍ଟା କରିଥିଲେ।

“ଏହି ଉଲ୍ଲଂଘନକୁ ଲକ୍ଷ୍ୟ କରି ବିମାନରେ ଥିବା କର୍ମଚାରୀମାନେ କ୍ୟାପଟେନଙ୍କୁ ସତର୍କ କରାଇଥିଲେ ଏବଂ ଯାତ୍ରୀଙ୍କୁ ମଧ୍ୟ ସତର୍କ କରାଯାଇଥିଲା। ବେଙ୍ଗାଲୁରୁରେ ପହଞ୍ଚିବା ପରେ ଯାତ୍ରୀଙ୍କୁ ସିଆଇଏସ୍ଏଫ୍‌କୁ ହସ୍ତାନ୍ତର କରାଯାଇଥିଲା।

ପୂର୍ବରୁ ମଧ୍ୟ ଏପରି ଘଟଣା ଲକ୍ଷ କରାଯାଇଛି। ଏହା ପୂର୍ବରୁ ମଧ୍ୟ ଜଣେ ଯାତ୍ରୀ ଇଣ୍ଡିଗୋ ବିମାନରେ ମୁମ୍ବାଇ ଯାଉଥିବାବେଳେ ଜରୁରୀକାଳୀନ ଦ୍ୱାର କଭର ବାହାର କରିବାକୁ ଚେଷ୍ଟା କରି ଗିରଫ ହୋଇଥିଲେ । ପରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା ଏବଂ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

More Stories