Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦ୍ଵିତୀୟ ସନ୍ଧ୍ୟାରେ ଦର୍ଶକଙ୍କ ହୃଦୟ ଜିତିଲେ ରୁକୁ ସୁନା ଏବଂ ସାଥୀ ଝୁମିଲେ କଳାକାର ଓ ଦର୍ଶକ ।

କୋକସରା ୧୭/୧/୨୪ ସଭ୍ଯତାର ବିକାଶ କ୍ରମେ ମଣିଷ ସାରାଦିନର ପରିଶ୍ରମ ଲାଘବ ପାଇଁ ମଣିଷ ମନୋରଞ୍ଜନକୁ ମାଧ୍ୟମ କଲା । ସମୟକ୍ରମେ ସେହି ମନୋରଞ୍ଜନ କାର୍ଯ୍ୟକ୍ରମରେ ଗୀତ ବାଦ୍ୟ ଆଦି ଯୋଡିଲା । ଯାହା ଅଧିକ ଜନାଦୃତ ହେଲା ପରବର୍ତ୍ତୀ ସମୟରେ ତାହା ଲୋକକଳା ରୂପେ ଖ୍ୟାତି ଲାଭ କଲା। କାଳକ୍ରମେ ମନୁଷ୍ୟର ଚଳଣି ବଦଳିଲା। ତା ସହ ତାଳ ସାମାଜିକ ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଲା । ସମୟରେ ତାଳରେ ମଣିଷ ଧିରେଧିରେ ସେ ସୃଷ୍ଟି କରିଥିବା ଲୋକକଳାକୁ ଭୁଲିବାକୁ ଲାଗିଲା । ସେଇ ଭୁଲିଯାଉଥିବା ଲୋକକଳାକୁ ପୁଣି ଥରେ ମାନସପଟ୍ଟରେ ଉଜ୍ଜୀବିତ ରଖିବା ପାଇଁ ହିଁ ଏହି ଲୋକ ମହୋତ୍ସବ ବା ଲୋକକଳାର ଆୟୋଜନ ବୋଲି ଧର୍ମଗଡ ଠାରେ ଆୟୋଜିତ କଳାହାଣ୍ଡି ଉତ୍ସବ ଘୁମରା-୨୦୨୪ର ଦ୍ଵିତୀୟ ସନ୍ଧ୍ୟାରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆଜି ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ଵେଷା ରେଡି, କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଜିଲ୍ଲା ଜଙ୍ଗଲ ଅଧିକାରୀ ଦକ୍ଷିଣ ଓ ଉତ୍ତର, ଓ ଦୁଇ ଜଣ ଭାରତୀୟ ପୁଲିସ ସେବା ପ୍ରୋବେସନର, ପ୍ରମୁଖ ମଞ୍ଚାସୀନ ଥିଲେ। ଉତ୍ସବ କମିଟିର ଅଧ୍ୟକ୍ଷ ତଥା ଧର୍ମଗଡ ଉପଜିଲ୍ଲାପାଳ ବିରଞ୍ଚିନାରାୟଣ ଦରଓ୍ଵାନ ଅଧ୍ୟକ୍ଷତା କରିଥିଲେ। ସ୍ଵାଗତ ଅଭିଭାଷଣ ତହସିଲଦାର ସଞ୍ଜୟ ସାମନ୍ତରା ଦେଇଥିଲେ।ସଭାକାର୍ଯ୍ୟ ଲିଙ୍ଗରାଜ ପାତ୍ର ପରିଚାଳନା କରିଥିବାବେଳେ ଅତିରିକ୍ତ ତହସିଲଦାର ଅଜିତ କୁମାର ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ ସଂଧ୍ୟାରେ ଭବାନୀପାଟଣା ସୁଗମ ସଙ୍ଗିତ, ଧର୍ମଗଡ଼ କଳାବିକାଶ କେନ୍ଦ୍ର, ପଞ୍ଜାବର ଭାଙ୍ଗଡା ଗିଦ୍ଦି,ବରଗଡର କଳାଜିବି, ମୋନାଲିସା ବାନାର୍ଜୀଙ୍କ ଓଡିଶୀ,କ୍ଳାସିକାଲ ଡ୍ଯାନ୍ସ ଶ୍ରଦ୍ଧାଞ୍ଜଳି ସାହୁ, ଭବାନୀପାଟଣା ମାଁ ମୃଣ୍ମୟୀ ବଜାଶାଳ, ଜୁନାଗଡ଼ କଳାବିକାଶ କେନ୍ଦ୍ର ଆଦି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ରୁକୁ ସୁନା ଏବଂ ସାଥୀଙ୍କ ଷ୍ଟାର ପ୍ରୋଗ୍ରାମ ଦର୍ଶକଙ୍କୁ ଓ ଦର୍ଶକ ଝୁମି ଥିଲେ।