Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ଼ କଳାହାଣ୍ଡି ଉତ୍ସଵ ହୁମାନ ଡେଭଲପମେଣ୍ଡ ସଂସ୍ଥା ମିଲେଟ ଷ୍ଟଲ ରେ ଲୋକଙ୍କ ଭିଡ଼।

କୋକସରା:୧୮/୦୧ କଳାହାଣ୍ଡିର ଐତିହ୍ୟ କଲା ସଂସ୍କୃତିର ପର୍ବ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ରେ ଶୀତୁଆ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପଲ୍ଲିଶ୍ରୀ ମେଳା ବୁଲି ମଜା ନେଇଛନ୍ତି ଦର୍ଶକ l ଧର୍ମଗଡ କଳାହାଣ୍ଡି ଉତ୍ସବ ପଡିଆରେ ଶହେ ରୁ ଅଧିକ ଷ୍ଟଲ ଲାଗିଥିବା ବେଳେ ହୁମାନ ଡେଭଲପମେଣ୍ଡ ସଂସ୍ଥା ଦ୍ଵାରା ଖୋଲା ଯାଇଥିବା ମିଲେଟ ଷ୍ଟଲରେ ଲାଗିଛି ଦର୍ଶକଙ୍କ ପ୍ରବଳ ଭିଡ଼ l ଏହି ମିଲେଟ ଷ୍ଟଲ କୁ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଉଦଘାଟନ କରିଥିଲେ l ତାଙ୍କ ସହିତ ଧର୍ମଗଡ ବିଧାୟକ ମୌସଧି ବାଗ ଏବଂ ନର୍ଲା ବିଧାୟକ ଭୁପିନ୍ଦର ସିଂ ଷ୍ଟଲ ବୁଲି ଦେଖିବା ସହିତ ମାଣ୍ଡିଆ ବିଷୟରେ ଆଲୋଚନା କରିଥିଲେ l ରାଜ୍ୟ ସରକାର ମାଣ୍ଡିଆକୁ ପ୍ରାଧାନ୍ୟ ଦେଇ ମାଣ୍ଡିଆ ଚାଷୀଙ୍କୁ ପ୍ରୋତ୍ସାହନ କରୁଥିବା ଥିବା ବେଳେ ମେଳାରେ ମାଣ୍ଡିଆ ଉତ୍ପାଦ ବେଶ ଲୋକପ୍ରିୟ ହେଉଥିବା କତୃପକ୍ଷ କହିଛନ୍ତି l ଏହି ଷ୍ଟଲ ରେ ମାଣ୍ଡିଆ ଚାଷ ଏବଂ ଅନ୍ୟ ଚାଷ ମଧ୍ୟରେ କଣ ତଫାତ ରହିଛି କମ ବର୍ଷା ହେଇ କିମ୍ବା ଅଧିକ ବର୍ଷା ରେ ଅନ୍ୟ ଚାଷ ମାନେ କ୍ଷତି ଗ୍ରସ୍ତ ହେଉ ଥିବା ବେଳେ ମାଣ୍ଡିଆ ଚାଷ କ୍ଷତି ନ ହୋଇ ପ୍ରତିକୂଳ ପରିସ୍ଥିତିରେ ଲାଭ ଯୋଗାଇଥାଏ ଏବଂ ଏହା ସହିତ ମାଣ୍ଡିଆ ପୂର୍ବରୁ କେବଳ ଆଦିବାସୀଙ୍କ ଖାଦ୍ୟ ରହିଥିବା ବେଳେ ବର୍ତମାନ ସରକାରଙ୍କ ପ୍ରଚେଷ୍ଟାରେ ମିଲେଟ କେଫେ ଠାରୁ ଆରମ୍ଭ କରି ପଞ୍ଚ ତାରକା ହୋଟେଲ ରେ ମୁଖ୍ୟ ମେନୁ ରୂପେ ଜାଗା ପାଇଛି l ଏହି ସବୁ ଚିତ୍ର ମାଧ୍ୟମରେ ଦର୍ଶକ ଙ୍କୁ ସଚେତନ କରିଥିଲେ ହୁମାନ ଡେଭଲାପମେଣ୍ଟ ସଂସ୍ଥା l ଚଳିତ ବର୍ଷ ପ୍ରଶାସନଙ୍କ ସହଯୋଗରେ ଧର୍ମଗଡ କଳାହାଣ୍ଡି ଉତ୍ସବ ପଡିଆରେ ହୁମାନ ଦେଭଳାପମେଣ୍ଟ ସଂସ୍ଥା ଦ୍ଵାରା ଗୋଟିଏ ଷ୍ଟଲ ଖୋଲା ଯାଇଛି l ସରକାର ମାଣ୍ଡିଆ କୁ ଗୁରୁତ୍ୱ ଦେଇ ସ୍ୱୟଂ ସହାୟକ ଗୋଷ୍ଠୀ କେଫେ ରେ ମାଣ୍ଡିଆ ଦ୍ଵାରା ପ୍ରସ୍ତୁତ ଖାଇବା ଅନେକ ଜିନିଷ କରି ମହିଳା ମାନେ ସ୍ୱାବଲମୀ ହେଉଛନ୍ତି l ବର୍ତମାନ ଲୋକଙ୍କ ମନରେ ମାଣ୍ଡିଆ ର ଅଧିକ ଚାହିଦା ବଢୁଥିବା ନେଇ ହୁମାନ ଡେଭଳାପମେଣ୍ଟ ସଂସ୍ଥା ର ନିର୍ଦେଶକ ସାହୁ କହିଛନ୍ତି।

More Stories