କୋକସରା:୧୮/୦୧ କଳାହାଣ୍ଡି ୨୬ ତମ ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ ଘୁମୁରା ଗତକାଲି ରାତିରେ ଉଦଯାପିତ ହୋଇଥିବା ବେଳେ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରା ଗୁଡାହାଣ୍ଡି ଡୋକାରିଚଞ୍ଚରା ଐତିହାସିକ, ଆଧ୍ୟାତ୍ମିକ ସ୍ଥଳ ଓ ପର୍ଯ୍ୟଟନ ସ୍ଥଳୀ ପାଇଁ ଅନବରତ ଦୃଢ଼ ମନୋବଳ, ଗଭୀର କର୍ମସ୍ରୁହା ଭାବେ ଏଠାରେ ଥିବା ଶ୍ରୀରାମ ମନ୍ଦିର ସମେତ ପର୍ଯ୍ୟଟନ ସ୍ଥଳୀ ର ରକ୍ଷଣାବେକ୍ଷଣ ଓ ସେବା ଯୋଗାଇ ଆସୁଥିବା ଗୁଡାହାଣ୍ଡି ଡୋକାରିଚଞ୍ଚରା ଉନ୍ନୟନ କମିଟି ର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ କଳାହାଣ୍ଡି ଉତ୍ସଵ ର ଉଦଯାପିତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ପି. ଅନ୍ୱେଶା ରେଡି ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଉନ୍ନୟନ କମିଟି ପକ୍ଷରୁ କୋଷାଧ୍ୟକ୍ଷ ଆଦିତ୍ୟ ପଣ୍ଡା ଏହି ମାନପତ୍ର ଜିଲ୍ଲାପାଳ ଙ୍କ ଠାରୁ ଗ୍ରହଣ କରିଥିଲେ। ଏହି ଅଭିନନ୍ଦନ ମାନପତ୍ରଗ୍ରହଣ କରିଥିଲେ।
କଳାହାଣ୍ଡି ଜିଲ୍ଲା ସ୍ତରୀୟ ଉତ୍ସଵ ରେ ସମ୍ମାନିତ ହେଲେ ଡୋକାରିଚଞ୍ଚରା ଉନ୍ନୟନ କମିଟି।
