Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖୀଗୁଡା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଓ କୁସୁମଖୁଣ୍ଟି ସହକାରୀ ଯନ୍ତ୍ରୀ ଙ୍କୁ ରବି ଚାଷ ପାଇଁ ଜଳସେଚନ ଦାବି କଲେ ଚାଷି।

କୋକସରା:୧୮/୦୧
ରବି ଋତୁ ଜଳସେଚନ ପାଇଁ ଗୁରୁବାର ଧର୍ମଗଡ଼ ବ୍ଲକ ତହସିଲ ଅଧିନସ୍ଥ ଟିପିଗୁଡା ଓ କାଂକେରି ଅଞ୍ଚଳ ର ଚାଷୀମାନେ ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଟି ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଓ ମୁଖୀଗୁଡା ଇନ୍ଦ୍ରାବତୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଚଳିତ ରବି ଡାଲୁଅ ଧାନ ଚାଷ ପାଇଁ ବାମ କେନାଲ ରୁ ଜଳସେଚନ ଯୋଗାଇ ଦେବାକୁ ଦାବି କରିଛନ୍ତି। ଚାଷି ଙ୍କ ଅଭିଯୋଗ ଅନୁସାରେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଟିପିଗୁଡା ଓ କାଂକେରି ଦେଇ ଯାଇଥିବା ବେଳେ କେନାଲ ରୁ ଏହି ଅଞ୍ଚଳ ର ଶତାଧିକ ହେକ୍ଟର ଚାଷଜମି ଓ ଚାଷି ଜଳସେଚନ ସୁବିଧା ରୁ ବଞ୍ଚିତ ରହୁଛନ୍ତି, ପୂର୍ବରୁ ମଧ୍ୟ ଅନେକ ସମୟରେ ବିଭାଗୀୟ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରା ଯାଇନାହିଁ।ଆଜି ଓଡିଶା ପ୍ରଦେଶ କଂଗ୍ରେସ ସମ୍ପାଦକ ଦିଗାମ୍ବର ଦୁରିଆ,ସନ୍ତୋଷ ପାଢ଼ୀ ଗୋବିନ୍ଦ ଜାଲ ଙ୍କ ନେତୃତ୍ୱରେ ନିଳାମ୍ବର ନାଏକ, ବିରଞ୍ଚି ନାଏକ, ବେଣୁଧର ନାଏକ, ଜବାହାର ଗୋପାଳ, ତ୍ରିଲୋଚନ ନାଏକ, ଉପେନ୍ଦ୍ର ନାଏକ,ପଞ୍ଚମୁ ନାଏକ, ଉପେନ୍ଦ୍ର ନାଏକ,ଗୋକୁଳ ନାଏକ,କୃତିବାସ ନାଏକ ଓ ଅନ୍ୟ ଚାଷି ମାନେ ଅଧିକ୍ଷଣ ଯନ୍ତ୍ରୀ ଙ୍କ ଅନୁପସ୍ଥିତ କାରଣରୁ ସହକାରୀ ଯନ୍ତ୍ରୀ ଆଦିତ୍ୟ ପଟ୍ଟନାୟକ ଙ୍କୁ ଲିଖିତ ଦାବିପତ୍ର।ପ୍ରଦାନ କରିଛନ୍ତି। ବିଭାଗୀୟ ଅଧିକାରୀ ଜଳସେଚନ ପାଇଁ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଚାଷି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

More Stories