Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝିଅମାନଙ୍କ ପୋଷାକକୁ ନେଇ ବିବାଦୀୟ ବୟାନ ଦେଲେ ବିଜେପି ରାଷ୍ଟ୍ରୀୟ ମହାସଚିବ; କହିଲେ…

ନୂଆଦିଲ୍ଲୀ: ଦେଶର ଶାସକ ଦଳ ବିଜେପିର ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟଭର୍ଗିୟା ଝିିଅମାନଙ୍କ ପୋଷାକକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସମୟରେ ଝିଅମାନେ ଯେଉଁ ପୋଷାକ ପରିଧାନ କରୁଛନ୍ତି ସେଥିରେ ସେମାନେ ସୂପର୍ଣ୍ଣଖା ଭଳି ଦେଖାଯାଉଛନ୍ତି। ସୂପର୍ଣ୍ଣଖା ହେଉଛି ମହାକାବ୍ୟ ରାମାୟଣରେ ବର୍ଣ୍ଣିତ ଜଣେ ରାକ୍ଷସୀ ଅର୍ଥାତ୍‌ ରାବଣର ଭଉଣୀ।

ସୂଚନା ଅନୁଯାୟୀ ପ୍ରଭୁ ହନୁମାନ ଏବଂ ମହାବୀରଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଇନ୍ଦୋରରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟଭର୍ଗିୟା ଏହି ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି, “ଯେତେବେଳେ ମୁଁ ରାତିରେ ବାହାରକୁ ଯାଏ ଏବଂ ଯୁବକମାନଙ୍କୁ ନିଶାସକ୍ତ ଅବସ୍ଥାରେ ଦେଖେ, ସେତେବେଳେ ମୋତେ ଇଚ୍ଛା ହୁଏ ୫ରୁ ୭ ଚାପୁଡା ମାରିବାକୁ।

ସେ ଆହୁରି କହିଛନ୍ତି ଯେ ‘ଆମେ ମହିଳାମାନଙ୍କୁ ଦେବୀ ବୋଲି ଭାବୁ’। ସେମାନେ ଏଭଳି ପୋଷାକ ପିନ୍ଧିବା ଦ୍ବାରା ସୂପର୍ଣ୍ଣଖା ପରି ଦେଖାଯାଉଛନ୍ତି। ଭଗବାନ ଆପଣଙ୍କୁ ଏକ ଭଲ ଶରୀର ଦେଇଛନ୍ତି, ସୁନ୍ଦର ପୋଷାକ ପିନ୍ଧନ୍ତୁ। ଦୟାକରି ଆପଣଙ୍କ ପିଲାମାନଙ୍କୁ ଭଲ ଶିକ୍ଷା ଦିଅନ୍ତୁ। ସେଥିପାଇଁ ମୁଁ ଅତ୍ୟନ୍ତ ଚିନ୍ତିତ ବୋଲି ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ