Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଡିଏସ ଚାଉଳ ଯୋଗାଣ ଦାବିରେ ପିଇଓ କୁ ତାଲା ପକାଇଲେ ଲଡୁଗାଁ ପଞ୍ଚାୟତ ହିତାଧିକାରୀ।

କୋକସରା:୧୯/୦୧ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ଗରିବ ଶ୍ରେଣି ରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀ ଙ୍କୁ ପିଡ଼ିଏସ ଚାଉଳ ଯୋଗାଣ କରୁଥିବା ବେଳେ ପଞ୍ଚାୟତ କର୍ମଚାରୀ ଙ୍କ ଅବହେଳା ଓ ଦାଇତ୍ୱ ହୀନତା କାରଣରୁ ଅନେକ ସମୟରେ ପିଡ଼ିଏସ ସାମଗ୍ରୀ ପାଇବାରୁ ଧରି ବଞ୍ଚିତ ରହୁଛନ୍ତି ହିତାଧିକାରୀ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଠାରେ। ପିଡ଼ିଏସ ଚାଉଳ ଯୋଗାଣ ଦାବିରେ ଆଜି ଲଡୁଗାଁ ପଞ୍ଚାୟତ ପିଇଓ ମାନସ ବେଣୁପାଣି ଙ୍କୁ ଦିର୍ଘ ସମୟ ଧରି ତାଲା ପକାଇ ପ୍ରତିବାଦ କରିଛନ୍ତି ହିତାଧିକାରୀ। ସୁଚନା ଅନୁସାରେ ଲଡୁଗାଁ ପଞ୍ଚାୟତ ରେ ୨୮୧୯ ଜଣ ହିତଧିକାରୀ ଥିବା ବେଳେ ସେମାନଙ୍କ ପାଇଁ ପ୍ରତି ମାସରେ ୫୧୯ କ୍ୱିଣ୍ଟାଲ ୬୫ କେଜି ଚାଉଳ ଉଠାଣ ହୋଇଥାଏ। ହିତାଧିକାରୀ ଙ୍କୁ ଜାନୁଆରି ପ୍ରଥମ ସପ୍ତାହ ସୁଦ୍ଧା ଜାନୁଆରୀ,ଫେବୃଆରୀ ,ମାର୍ଚ୍ଚ ଓ ଅପ୍ରେଲ ମାସର‌ ଚାଉଳ ଯୋଗାଣ କରିବା କଥା ହଲେ ୨୦ ଦିନ ବିତି ଯାଇ ଥିଲେ ମଧ୍ୟ ହିତାଧିକାରି ମାନଙ୍କୁ ଚାଉଳ ଯୋଗାଣ ନ କରିବା ଥିବାରୁ।ଶୁକ୍ରବାର ଶତାଧିକ ପୁରୁଷ ମହିଳା ହିତାଧିକାରୀ ପିଇଓ ଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ରେ ତାଲାବନ୍ଦ କରି ପିଡ଼ିଏସ ଚାଉଳ ଯୋଗାଣ ଦାବି କରି ଆନ୍ଦୋଳନ କରିଥିଲେ।ଅନ୍ୟ ପକ୍ଷେ ଚାଉଳ ଠିକ୍ ସମୟରେ ପଞ୍ଚାୟତ ରୁ ମିଳୁନଥିବା କାରଣରୁ ହିତାଧିକାରୀ ମାନେ ଖୋଲା ବଜାର ରୁ ଚଡା ଦରରେ ଚାଉଳ କିଣି ଆର୍ଥିକ କ୍ଷତି ସହୁଥିବା।ଅଭିଯୋଗ କରିଛନ୍ତି । ପଞ୍ଚାୟତ ରେ ତାଲା ଦେଇ ଆନ୍ଦୋଳନ ଘଟଣା ନେଇ।ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ କୋକସରା ପୋଲିସ ଅଧିକାରୀ ପହଞ୍ଚି ଧାରଣା ରେ ବସି ରହିଥିବା ହିତାଧିକାରୀଙ୍କ ସହ ବୁଝାସୁଝା କରିବା ପରେ ଦୀର୍ଘ ୪ ଘଣ୍ଟା ପରେ ପଞ୍ଚାୟତ ର ତାଲା ଖୋଲାଯାଇଛି । ପରେ ଘଟଣାସ୍ଥଳରେ କୋକସରା ଯୋଗାଣ ଅଧିକାରୀ ଜଗାରାମ ମୂର୍ମୁ ପହଞ୍ଚି ଜାନୁଆରୀ ରୁ ଅପ୍ରେଲ ମାସ ଚାଉଳ ଉଠା ଯାଇନାହିଁ,ଦିନେ ଦୁଇଦିନ ମଧ୍ୟରେ ଚାଉଳ ଦିଆଯିବ ବୋଲି କହିବା ପରେ ହିତାଧିକାରୀ।ମାନେ ଧାରଣା ପ୍ରତ୍ୟାହୃତ କରିଥିଲେ।

More Stories