Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋତୋମୁଣ୍ଡା ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଭାଷା ,ସାହିତ୍ୟ ସୃଜନଶୀଳତା ଉତ୍ସଵ ପାଳିତ।

କୋକସରା:୧୯/୦୧ କୋକସରା ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଗୋତୋମୁଣ୍ଡl ଠାରେ ବିଦ୍ୟାଳୟ ସ୍ତରୀୟ ଭାଷା ,ସାହିତ୍ୟ ସୃଜନିଶିଲତlର ଉତ୍ସଵ ପାଳିତ ହୋଇଯାଇଛି।ବିଦ୍ୟାଲୟର ପ୍ରଧାନ ଶିକ୍ଷକ ମନୋଜ କୁମାର ଙ୍କ ସଭାପତିତ୍ବ ରେ ଉତ୍ସବ କୁ ସାନ ପୋଡାଗୁଡ଼ା ଆଞ୍ଚଳିକ ସାଧtନ କେନ୍ଦ୍ର ସଂଯୋଜକ ଅଜୟ ମାଝି ଶୁଭ ଉଦଘାଟନ କରିଥିଲେ। କୁଲେରଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ପାଢ଼ୀ ମୁଖ୍ୟ ଅତିଥି,ପୋଡ଼ାଗୁଡା କେନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହାବୀର ରଣା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ l ବିଦ୍ୟାଳୟ ର ଶିକ୍ଷକ କ୍ଷୀରସିନ୍ଧୁ ବଣୁଆ , ଅରୁଣ କୁମାର ନାଏକ, ଜୟ କିଶନ ମେହେର, ସୌଦାମିନୀ ଦାସ, ଦୀପ୍ତି ବାଗ, ସୁଜିତ ସାହୁ, ତପନ ମାଝି, ନିମାଇଁ ଚରଣ ବିଶ୍ଵାଳ, ମିଳନ କୁମାର ରାଉଳ, ଶଙ୍କର ବେହେରା, ବଳରାମ ସେଠୀ, ସୁମନ୍ତ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଥିଲେ l ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ବିଭିନ୍ନ ଲୁକ୍କାୟିତ ପ୍ରତିଭା ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମ ଶିକ୍ଷାର୍ଥୀ ମାନଙ୍କୁ ପ୍ରେରଣା ଦିଏ ବୋଲି ଅତିଥି ମାନେ ମତ ରଖିଥିଲେ l ଛାତ୍ର ଛାତ୍ରୀଙ୍କ ସ୍ବରଚିତ କବିତା କାହାଣୀ ହସକଥା ଉପସ୍ଥିତ ଅତିଥୀ ଙ୍କୁ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ରହିଥିବା ବିକଶିତ ପ୍ରତିଭା ର ଝଲକ ଦେଖିବାକୁ ମିଳିଥିଲା।

More Stories