ଗୋତୋମୁଣ୍ଡା କ୍ରିକେଟ ପ୍ରିମିୟର ଲିଗ ଫାଇନାଲରେ ଗୋତୋମୁଣ୍ଡା ଚମ୍ପିୟାନ।

କୋକସରା:୧୯/୦୧ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ଠାରେ ଗୋତୋମୁଣ୍ଡା ପ୍ରିମିୟାର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଗୋତୋମୁଣ୍ଡା କ୍ରିକେଟ ଆସୋସିଏସନ ପକ୍ଷରୁ ଆୟୋଜିତ ଟୁର୍ଣ୍ଣାମେଣ୍ଟ ର ଉଦଯାପିତ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ମୁଖ୍ୟ ବକ୍ତା ଭାବେ ମହିମା ପଞ୍ଚାୟତ ସରପଞ୍ଚ ଇଶରାମ କୋଲଥିଆ, ସମ୍ମାନିତ ଅତିଥି ଭାବେ ଦଣ୍ଡପାଟ ଅଞ୍ଚଳ ର ଯୁବନେତା ଭାବେଶ ଗଇନ୍ତା,ହିମାଞ୍ଚଲ ପୁଝାରି,ସାମାଜିକ କର୍ମି ସମିତୋଷ ପଣ୍ଡା,ନିରଞ୍ଜନ ବାଗ, ନାଏବ ସରପଞ୍ଚ ପାର୍ଥବ ମାଝୀ ପ୍ରମୁଖ ଉପସ୍ଥିତ ରହି ଫାଇନାଲର ଉଭୟ ଦଳ ଖେଳାଳି ଙ୍କ ସହ ପରିଚୟ ପର୍ବ ରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ଫାଇନାଲରେ କାଲୋପଳା ଓ ଗୋତୋମୁଣ୍ଡା।ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ କାଲୋପଳା କୁ ହରାଇ ହୋମ ଟିମ ଗୋତୋମୁଣ୍ଡା ଦଳ ଚାମ୍ପିୟାନ ହୋଇଥିଲା। ବିଜେତା ଓ ଉପ ବିଜେତା ଦଳ କୁ ଟ୍ରଫି ସହ ପୁରସ୍କାର ରାଶି ଉପସ୍ଥିତ ଅତିଥିମାନେ ପ୍ରଦାନ କରିଥିଲେ। ଅମ୍ପିଆର ଭାବେ ହୃଦାମଣି ସୁନା ଓ ମନୋଜ ମାଝୀ ଫାଇନାଲ ମ୍ୟାଚ ପରିଚାଳନା କରିଥିଲେ, ଖେଳ ର ଧାରା ବିବରଣୀ କ୍ଷୀରସିନ୍ଧୁ ବାଣୁଆ ଓ ପିଣ୍ଟୁ ନନ୍ଦ କରିଥିଲେ। କ୍ରିକେଟ ଆସୋସିଏସନ ପକ୍ଷରୁ ପିଣ୍ଟୁ ନନ୍ଦ, ନିରଞ୍ଜନ ବାଗ, ଘନଶ୍ୟାମ ସୁନା,ଲକ୍ଷ୍ମୀକାନ୍ତ, ନିଲୁ,ବାବୁଲା ନେଗି ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।