Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା,୨ ଗୁରୁତର,ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର।

କୋକସରା:୨୧/୦୧ କୋକସରା ବ୍ଲକ ଜାତୀୟ ରାଜପଥ ୨୬ କାଉଡୋଳା ଡୁମେର ବନ୍ଧ ବୁଲାଣି ନିକଟରେ ରବିବାର ମଧ୍ୟାହ୍ନ ରେ କୋକସରା ପଟୁ ଆମପାଣି ଯାଉଥିବା ବେଳେ ବୁଲାଣି ରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟିଥିବା ବେଳେ ବାଇକ ରେ ଥିବା ଦୁଇ ଯୁବକ ରାସ୍ତା ରେ ପଡ଼ି ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ,ତେବେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ଥିବାରୁ ୨ ଯୁବକ ଙ୍କୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ୨ ଯୁବକ ହେଲେ ବଡ଼ ପୋଡ଼ାଗୁଡା ପଞ୍ଚାୟତ ରଏନଗୁଡା ଗ୍ରାମର ବିମଲ ରଣା (୨୬) ଓ ମିନିକେତନ ନାଏକ(୨୮) ବୋଳି ସୂଚନା ମିଳିଛି।