ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ବଡ ଘୋଷଣା, ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସଜିଦର ଆସିଲା ତାରିଖ


ଅଯୋଧ୍ୟା: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମଧ୍ୟରେ ଅଯୋଧ୍ୟାରେ ହେବାକୁ ଥିବା ମସଜିଦକୁ ନେଇ ବଡ ସୂଚନା ସାମ୍ନାକୁ ଆସିଛି । ରୟଟର୍ସର ରିପୋର୍ଟ ଅନୁଯାୟୀ, ଇଣ୍ଡୋ-ଇସଲାମିକ କଲଚର ଫାଉଣ୍ଡେସନ ଚଳିତ ବର୍ଷ ମେ ମାସରୁ ଭବ୍ୟ ମସଜିଦର ନିର୍ମାଣ ଆରମ୍ଭ ହେବ । ଏହାକୁ ପୁରା କରିବାରେ ୩ରୁ ୪ ବର୍ଷ ସମୟ ଲାଗିପାରେ । ମସଜିଦର ପ୍ରଜେକ୍ଟ ଇଣ୍ଡୋ-ଇସଲାମିକ କଲଚର ଫାଉଣ୍ଡେସନର ଡେଭଲପମେଂଟ କମିଟିର ନୀରିକ୍ଷଣରେ ହେଉଛି । କମିଟିର ମୁଖ୍ୟ ଅଛନ୍ତି ହାଜି ଅରଫାତ ଶେଖ । ସେ କହିଛନ୍ତି, ଏହି ମସଜିଦ ପାଇଁ ପାଣ୍ଠି ଯୋଗାଡ ପାଇଁ ଧନ ସଂଗ୍ରହକୁ ନେଇ ୱେବସାଇଟ୍ ଲଂଚ କରିବାକୁ ପ୍ରସ୍ତୁତି କରୁଛି ।

ଅଯୋଧ୍ୟାରେ ହେବାକୁ ଥିବା ଏହି ମସଜିଦର ନାମ ପେଙ୍ଗମ୍ବର ମହମ୍ମଦ ନାମରେ ମସଜିଦ ମହମ୍ମଦ ବିନ ଅବଦୁଲ୍ଲା ରଖା ଯାଇଛି । ଶେଖ କହିଛନ୍ତି, ଆମର ଉଦ୍ୟମ ଲୋକଙ୍କ ମଧ୍ୟରେ ଘୃଣା ପ୍ରସାରଣ ସମାପ୍ତ କରିବା । ଆମେ ଲୋକଙ୍କ ମଧ୍ୟରେ ପରସ୍ପର ପ୍ରତି ପ୍ରେମ ଭରିବାକୁ ଚାହୁଁ । ପାଣ୍ଠି ପାଇଁ କୌଣସି ସାର୍ବଜନୀନ ଆନ୍ଦୋଳନ କରିବ ନାହିଁ । ମନ୍ଦିରର ଡିଜାଇନ ଅଧିକ ପାରମ୍ପରିକ ରହିବ । ଖାସ୍ କଥା ମସଜିଦ ପରିସରରେ ୫୦୦ ଶଯ୍ୟା ହସ୍ପିଟାଲ୍ ମଧ୍ୟ ନିର୍ମାଣ କରାଯିବ ।

ଅନ୍ୟପଟେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ସମାରୋହ ସଂପନ୍ନ ହୋଇ ସାରିଛି । ଏହା ସହିତ ଲୋକଙ୍କ ଶହ ଶହ ବର୍ଷ ଧରି ରହିଥିବା ଅପେକ୍ଷାର ଅନ୍ତ ଘଟିଛି । ରାମଲାଲା ଗର୍ଭଗୃହରେ ବିରାଜମାନ ହୋଇଛନ୍ତି । ଏହା ସହିତ ପ୍ରଭୁ ଶ୍ରୀରାମଙ୍କ ପ୍ରଥମ ଛବି ସାମ୍ନାକୁ ଆସିଛି । ଫଟୋରେ ରାମଲାଲାଙ୍କ ମସ୍ତକରେ ସ୍ୱ୍‌ର୍ଣ ମୁକୁଟ ଶୋଭା ପାଉଛି । ବେକରେ ମୋତିହାର ରହିଥିବା ବେଳେ କର୍ଣ୍ଣରେ କୁଣ୍ଡଳି ସୁଶୋଭିତ ଦେଖା ଦେଉଛି । ହାତରେ ସୁନାର ଧନୁ ଓ ବାଣ ରହିଛି । ରାମଲାଲାଙ୍କୁ ହଳଦିଆ ଧୋତି ପରିଧାନ କରାଯାଇଛି ।