Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଉଇସଡମ ପାର୍କ ପରିସରରେ ” ଏକ ଶାମ୍ ରାମଜୀ କେ ନାମ ” ଅନୁଷ୍ଠିତ ।

କଳାହାଣ୍ଡି:୨୩/୦୧ ଭବାନୀପାଟଣା ସ୍ଥିତ ବିକାଶ ଉଇସଡମ ପାର୍କ ପରିସରରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ” ଏକ ଶାମ ରାମଜୀ କେ ନାମ ” କର୍ଯ୍ୟିକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ନଗର କିର୍ତ୍ତନ୍ୟ ହୋଇଥିଲା । ଏହା ପରେପରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭରମ୍ଭ ହୋଇଥିଲା । ଅନୁଷ୍ଠାନର ନିର୍ଦ୍ଦେଶକ ଡି.ଶ୍ୟାମ ଓ ଡି. ରାମ କୁମାର , ଏକାଡେମୀକ ଇନ୍ ଚାର୍ଜ ଶ୍ରୀମତୀ ଡି.ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟା ଶ୍ରୀମତୀ ଡି.ପଦ୍ମିନୀ ପ୍ରମୁଖ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଉଦବୋଧନ ଦେଇ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ଓ ତ୍ୟାଗପୂତ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ପ୍ରାୟ ତିନିଶହ ରୁ ଉର୍ଦ୍ଧ୍ବ ଅଭିଭାବକ ଯୋଗ ଦେଇଥିଲେ । ଶ୍ରୀରାମଙ୍କ ଉପରେ ଆଧାରିତ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭଜନର ତାଳେ ତାଳେ ଉପସ୍ଥିତ ବିଦ୍ୟାର୍ଥୀ ଓ ଅଭିଭାବକ ମାନେ ତିନି ହଜାର ଏକଶହ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଏହା ପରେ ପରେ ନର୍ସରୀରୁ ଦିତ୍ୱୀୟ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଫେନ୍ସି ଡ୍ରେସ ପ୍ରତିଯୋଗିତା ଏବଂ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ମଧ୍ୟରେ ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ପ୍ରାୟ ଦୁଇଶହରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏଥିରେ ବିଚାରକ ମଣ୍ଡଳୀଙ୍କ ଦ୍ଵାରା ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିଉତ୍ତାରୁ ବିଚାରକ ମାନଙ୍କୁ ଅନୁଷ୍ଠାନ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଭଜନ ଓ ନୃତ୍ୟ ପରିବେଷଣ କରାଯାଇ ରାମ ନାମ ଧ୍ବନିରେ ମୁଖରିତ ହୋଇ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀଙ୍କ ସହଯୋଗ ରହିଥିଲା ।

More Stories