କଳାହାଣ୍ଡି ଜିଲ୍ଲା ଏକ୍ସ କେଡର ଶିକ୍ଷକ ସଂଘ ର ବୈଠକ ଡୋକାରିଚଞ୍ଚରା ଠାରେ ଅନୁଷ୍ଠିତ।

କୋକସରା:୨୩/୦୧ କୋକସରା ବ୍ଲକ ଡୋକରୀଚ଼ଞ୍ଚରା ଠାରେ କଳାହାଣ୍ଡି ପ୍ରାଥମିକ ଶିକ୍ଷକ ( ଏକ୍ସକେଡର ) କଳାହାଣ୍ଡି ତରଫରୁ ସମସ୍ତ ୧୩ ଟି ବ୍ଲକ୍ ର କର୍ମକର୍ତ୍ତା ଙ୍କୁ ନେଇ ଜିଲ୍ଲାସ୍ତରୀୟ ସମାବେଶ ଗୁଡାହାଣ୍ଡି ଦୋକାରିଚଞ୍ଚରା ଠାରେ ବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ସୁବ୍ରତ କୁମାର ଦଣ୍ଡସେନା ସଭାପତିତ୍ବ କରିଥିବା ବେଳେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ( ଏକ୍ସକେଡର ) ର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଖମାରୀ ମୂଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ।ସମ୍ମାନୀୟ ଅତିଥି ରୁପେ ଜିଲ୍ଲା ସଂଘ କାର୍ଯ୍ୟକାରୀ ସଭାପତି ତ୍ରିଲୋଚନ ସାହୁ,ଜିଲ୍ଲାସଂଘ ମୂଖ୍ୟ ଉପଦେଷ୍ଟା ପ୍ରଶାନ୍ତ କୁମାର ପ୍ରଧାନ,ଜିଲ୍ଲା ଉପ ସଭାପତି ଟୁନା ସ୍ୱାଇଁ,ଲଲିତ କୁମାର ନାଏକ କୋକସରା ବ୍ଲକ ସଭାପତି ଗଗନ ବିହାରୀ ପଟ୍ଟନାୟକ,ଜିଲ୍ଲା ଯୁଗ୍ମ ସଂପାଦକ ଅନୀଲ କୁମାର ପଟ୍ଟନାୟକ,ଜିଲ୍ଲା ସାଂଗଠନିକ ସଂପାଦକ ଗଙ୍ଗାଧର ସାହୁ,ସହ ସାଂଗଠନିକ ସଂପାଦକ ରଂଜିତ କୁମାର ଖମାରୀ,କୋଷାଧ୍ୟକ୍ଷ ରୋହିତାସ୍ୟ ହଂସ,ସହ କୋଷାଧ୍ୟକ୍ଷ କୈଲାସ ବିଶି ପ୍ରମୂଖ ମଞ୍ଚାସୀନ ହୋଈଥିଲେ। ଏହି କାର୍ଯ୍ୟକ୍ରମ ରେ ଗତ କିଛିଦିନ ତଳେ ପରଲୋକ ହୋଇଥିବା ସଙ୍ଘ ର ଦିବଂଗତ ଶିକ୍ଷକ କ୍ଷୀରୋଦ କୁମାର ପଣ୍ଡା ଙ୍କ ସ୍ମୃତିରେ ଶୋକସଭା କରଯାଇ ନିରବ ପ୍ରାର୍ଥନା କରିଥିଲେ। ଏହି ଅବସରରେ ସଂଘର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଈଶ୍ବରୀ ପ୍ରସାଦ ଅଗସ୍ତି ଅତିଥି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଭାଗ୍ୟବାନ ବାଗ ମଞ୍ଚ ପରିଚାଳନା କରିଥିଲେ। ରାଜ୍ୟସରକାର ଙ୍କ ପାଖରେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ ରାଜ୍ୟସଂଘ କେମିତି ଓ କିପରି ଦାବୀ ଜଣାଇଛି ଏବଂ ସରକାର ଙ୍କ ତରଫରୁ ମିଳିଥିବା ପ୍ରତିଶୃତି ଉପରେ ବକ୍ତା ମାନେ ତାଙ୍କ ବକ୍ତବ୍ୟ ରଖିଥିଲେ ଏବଂ ସଂଘର ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ ! ଧର୍ମଗଡ଼ ବ୍ଲକ୍ ସଭାପତି ଲଲିତ ନାଏକ ସ୍ବାଗତ ଭାଷଣ ରଖିଥିବା ବେଳେ ପରିଶେଷରେ କୋକସରା ବ୍ଲକ୍ ସଂପାଦକ ଦେବିସିଂ ମାଝୀ ଧନ୍ୟବାଦ୍ ଅର୍ପଣ କରିଥିଲେ।