Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସ ଦଳ ରେ ମିଶିଲେ କୋକସରା ବ୍ଲକ ମୂଷାପାଳି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ରଶ୍ମିରେଖା ରାଉତ।

କୋକସରା:୨୪/୦୧
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ବୁଧବାର ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଭାରତ ଯୋଡୋ ନ୍ୟାୟ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏହି ଅବସର ରେ ବିଶାଳ ଜନ ସମାବେଶ ଦେଖିବାକୁ ମିଳିଛି।କଳାହାଣ୍ଡି ଜିଲ୍ଲା କଂଗ୍ରେସ ଦଳ ସଭାପତି ଭାରତ ଭୂଷଣ ବେମାଲ ଙ୍କ ସଭାପତିତ୍ୱ ରେ ସମାବେଶରେ ବିଜେଡି ର ପୂର୍ବତନ ଲାଞ୍ଜିଗଡ ବିଧାୟକ ବଳଭଦ୍ର ମାଝୀ , କୋକସରା ବ୍ଲକ ମୂଷାପାଳି ପଞ୍ଚାୟତ Sର ପୂର୍ବତନ ସରପଞ୍ଚ ତଥା ଜିଲ୍ଲା ଯାଦବ ସମାଜ ର ସଭାନେତ୍ରୀ ରଶ୍ମିରେଖା ରାଉତ ସମେତ ଅନ୍ୟ କର୍ମକର୍ତ୍ତା ମାନେ କଂଗ୍ରେସ ଦଳ ରେ ବିଧିବଦ୍ଧ ଭାବେ ଯୋଗଦାନ କରିଥିବା ଜଣାପଡିଛି। କଂଗ୍ରେସ ଦଳ ର ଏହି ମିଶ୍ରଣ ପର୍ଵ ରେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ର ବରିଷ୍ଠ ନେତା ଭକ୍ତ ଚରଣ ଦାସ,ସମ୍ମାନିତ ଅତିଥି ଭାବେ ଓଡିଶା ରାଜ୍ୟ ପ୍ରଭାରୀ ଅଜୟ କୁମାର,ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ବରିଷ୍ଠ କଂଗ୍ରେସ ନେତା ରାହସ ବିହାରୀ ବେହେରା,ବରିଷ୍ଠ ନେତା ଜୟରାମ ପାଙ୍ଗି, ଜଗନ୍ନାଥ ପଟ୍ଟନାୟକ, ମହମ୍ମଦ ସାହେବ, ଯୁବ ନେତା ସାଗର ଚରଣ ଦାସ, ରବି ପାଟଯୋଶୀ ପ୍ରମୁଖ ଦଲୀୟ ନେତୃବୃନ୍ଦ ଙ୍କ ସମେତ ହଜାର ହଜାର କଂଗ୍ରେସ ର ଦଲୀୟ କର୍ମୀମାନେ ଉପସ୍ଥିତ ରହିଥିଲେ। କୋକସରା ବ୍ଲକ ପୂର୍ବତନ ସରପଞ୍ଚ ଶ୍ରୀମତୀ।ରଶ୍ମିରେଖା ରାଉତ କଂଗ୍ରେସ ଦଳ ରେ ମିଶିବା ପରେ ଦଳ ର ଏଜେଣ୍ଡା ଓ ଦଲୀୟ ନେତା ଙ୍କ ନିର୍ଦ୍ଦେଶ କ୍ରମେ ଦଳ ରେ ଜଣେ ଶୃଙ୍ଖଳିତ କର୍ମକର୍ତ୍ତା ଭାବେ କାର୍ଯ୍ୟ କରିବି ବୋଲି ଶ୍ରୀମତୀ ରାଉତ ପ୍ରକାଶ କରିଛନ୍ତି।

More Stories