Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ।

କୋକସରା:୨୪/୦୧
୭୫ ତମ ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ବୁଧବାର କୋକସରା।ବ୍ଲକ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କୋକସରା ବ୍ଲକ ବିଡ଼ିଓ ଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ବ୍ଲକ ସାମଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଙ୍କ ପରିଚାଳନା ରେ ବ୍ଲକ ର ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଶିକ୍ଷାନୁଷ୍ଠାନ ସ୍ବେଛାସେବୀ ଅନୁଷ୍ଠାନ ଓ ଗ୍ରାମର ସଚେତନ ନାଗରିକ, ସାମ୍ବାଦିକ ମାନେ ଉପସ୍ଥିତ ରହି ୨୬ ଜାନୁଆରୀ ପାଳନ ଉପରେ ଆଲୋଚନା କରିଥିଲେ। ଭୋର ରେ ପ୍ରଭାତ ଫେରି ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ ବେସରକାରୀ ପ୍ରତିଷ୍ଠାନ ରେ ସକାଳ ୭:୩୦ ରେ ଜାତୀୟ ପତାକା ଉତ୍ତୋଳନ ପରେ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ବଜାର ପଡ଼ିଆ ଗୁଡାହାଣ୍ଡି ମଞ୍ଚ ରେ ପାଳନ ହେବାକୁ ସର୍ଵ ସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି।ଏହି ପ୍ରସ୍ତୁତି ବୈଠକରେ ଅଧ୍ୟାପକ ଐରି ନାସନ ଚିନ୍ଦା, ଏନସିସି କ୍ୟାପେଟନ ଅଶ୍ୱିନୀ କୁମାର ପଟ୍ଟନାୟକ,ପିଇଟି ଅମିତ ମହାନ୍ତି, ନିରଞ୍ଜନ ନେଗି, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଦୀନବନ୍ଧୁ କର, କୃଷି ଅଧିକାରୀ ଆଶିଷ ପାଟିଲ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ, ସ୍ପୋର୍ଟସ କ୍ଲବ ସମ୍ପାଦକ କ୍ଷୀରସିନ୍ଧୁ ନେଗି, ଜିତେନ୍ଦ୍ର ପ୍ରଧାନୀ, ସାମ୍ବାଦିକ ସନତ ପ୍ରଧାନୀ, ଦୁଷ୍ମନ୍ତ ପାଟଯୋଶୀ, ସୁଧାରାମ ସରାଫ, ଜଗଦୀଶ ନାଏକ, ଚକ୍ରଧର ବେଶ୍ରା।ପ୍ରମୁଖ ଉପସ୍ଥିତ ଥିଲେ।

More Stories