Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆ ଓ ଓଡ଼ିଆ ସାହିତ୍ୟ ଭାଷା ଉଦଯାପନି ସମାରୋହ ଅନୁଷ୍ଠିତ।

କୋକସରା:୨୪/୦୧
ରାଜ୍ୟ ସରକାରଙ୍କ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ଦ୍ଵିତୀୟ ପର୍ଯ୍ୟାୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ୱ ଓଡ଼ିଆ ଭାଷା ସାହିତ୍ୟ ସମ୍ବିଳନୀ ଆୟୋଜନ କରାଯାଉଛି ।ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକ ପଞ୍ଚାୟତ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ରେ ଓଡ଼ିଆ ସାହିତ୍ୟ ଭାଷା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ କଲେଜ ର ଅଧ୍ୟକ୍ଷ ଉପେନ୍ଦ୍ର ସାହୁ ଙ୍କ ସଭାପତିତ୍ୱ ରେ ଛାତ୍ରୀ ମାନେ ସମସ୍ତ ଅତିଥୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋକସରା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପୁଷ୍ପରାଜ ମେହେର,ମୁଖ୍ୟ ବକ୍ତା ଭାବେ ଶିକ୍ଷକ ଲକ୍ଷ୍ମୀଧର ସାହୁ,ସମ୍ମାନିତ ଅତିଥି ଭାବେ ଓଡ଼ିଆ ଅଧ୍ୟାପକ ଅଶ୍ୱିନ କୁମାର ପଟ୍ଟନାୟକ, ଅଧ୍ୟାପକ ଯୁଗଳ କିଶୋର ବାଗ, ରାମକୃଷ୍ଣ ଚୌଧୁରୀ ଉପସ୍ଥିତ ରହି ଥିବାବେଳେ କାର୍ଯ୍ୟକ୍ରମ ସଂଯୋଜନା ଅଧ୍ୟାପକ ଦେବେନ୍ଦ୍ର ମେହେର କରିଥିଲେ। ଏହି ଅବସର ରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଓଡ଼ିଆ ଜାତି ର ଅସ୍ମିତା ଉପରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା ଜୟରାମ ସୁନାନୀ କରିଥିଲେ। ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ର ଅଧ୍ୟାପକ ଅନୀଲ ବାଗ, ଜିତାମିତ୍ର ମେହେର, ଲିପ୍ସା ଦାସ, ଜ୍ୟୋର୍ଟିମୟୀ ପାଣିଗ୍ରାହୀ, ଖେଳ ଶିକ୍ଷକ ନିରଞ୍ଜନ ନେଗି, କର୍ମଚାରୀ ମୋହନ ବାଗ,ସୁଜିତ ପଣ୍ଡା ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

More Stories